ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି

ବୁଗୁଡ଼ା, 09/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ନିକଟସ୍ଥ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୭୧ ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨୪ଟି ସାମୂହିକ ଅଭିଯୋଗ ରହିଥିଲା। ସେହିପରି ୧୫ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ ହୋଇଥିଲା। ରେଡକ୍ରସ ପାଣ୍ଠିରୁ ୯ ଜଣଙ୍କୁ ସହାୟତା ରାଶି ବାବଦରେ ୫୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।୫ ଜଣଙ୍କୁ ଟ୍ରାଇ ସାଇକେଲ ଜିଲ୍ଲାପାଳ ପ୍ରଦାନ କରିଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ନୂତନ ପଟା ଆବଣ୍ଟନ କାରିଥିଲେ । ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ,ରାସନ କାର୍ଡ,ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା। ଶିବିରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭଞ୍ଜନଗର ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ, ବୁଗୁଡା ବିଡିଓ ଦ୍ବିତି କୃଷ୍ଣ ପାତ୍ର,ଏବିଡିଓ ଧର୍ମରାଜ ପରିଡା ଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୁଗୁଡା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।
Article Image
6