ଏରସମା, 09/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲା ଏରସମା ବ୍ଲକ ସିହା ଗ୍ରାମରେ ପୂଜକ କୈଳାଶ ଚନ୍ଦ୍ର ଦାସ, କେଦାର ରାଉଳ ଙ୍କ ଦ୍ୱ।ର ଚତୁର୍ଥ ପ୍ରହର ନାମଯଜ୍ଞ ହୋଇଯାଇଅଛି। ସ୍ୱର୍ଗତ ମୁରଲୀ ଧର ଙ୍କ ବାସଭବନ ରେ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବିପଥଗାମୀ ସମାଜ ପାଇଁ ଠାକୁର ରାମ ଓ କୃଷ୍ଣ ଙ୍କ ଦିବ୍ୟ ଜୀବନୀ ଓ ବାଣୀର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅନ୍ୟ ମାନ ମଧ୍ୟରେ ଶରତ ଚନ୍ଦ୍ର ସ୍ୱାଇଁ, ଶିବସୁନ୍ଦର ସ୍ୱାଇଁ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଆଜିର ସମଗ୍ର ମାନବ ସମାଜ ପାଇଁ ସମାଜରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା କେବଳ ସତସଙ୍ଗ, ସତନାମ ଓ ସଦଗୁରୁଙ୍କ ଆଶ୍ରୟ ବିନା ସମ୍ଭବ ନୁହେଁ,ବୋଲି ମତପ୍ରକାଶ କରିଥିଲେ।ଶଶୀଭୁଷଣ ସ୍ୱାଇଁ, ନରେନ୍ଦ୍ର କୁମାର ସ୍ୱାଇଁ, ଅରୂପାନନ୍ଦ ସ୍ୱାଇଁ, ଶକ୍ତି ପ୍ରସନ୍ନ ସାମନ୍ତରାୟ, ରାଜକିଶୋର ଜେନା,ବିକ୍ରମ ମହାରଣା, ପ୍ରମୁଖ ଯୋଗଦେଇଥିଲେ ।