ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ୱାକୋ ଇଣ୍ଡିଆ ଆନ୍ତର୍ଜାତୀୟ କିକ ବକ୍ସିଂ ଚାମ୍ପିୟନସିପ ଢେଙ୍କାନାଳ ଜିଲ୍ଲା କୁ ୨୧ ପଦକ

ଢେଙ୍କାନାଳ, 10/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଦିଲ୍ଲୀ ର କେ. ଡି. ଯାଦବ ଇଣ୍ଡୋର ଷ୍ଟାଡ଼ିଅମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କଂପ୍ଲେକ୍ସ ରେ ୫ମ ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ ବକ୍ସିଂ ଚାମ୍ପିୟାନସିପ ଫେବୃଆରୀ ୦୪ ରୁ ୦୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ଏହି ଟୁର୍ନାମେଣ୍ଟ ରେ ଖେଳାଳି ମାନେ ଅଂଶ ଗ୍ରହଣ କରି ମୋଟ ୯୭ ଟି ପଦକ ହାସଲ କରି ଥିବା ବେଳେ ସେଥି ମଧ୍ୟରୁ ଢେଙ୍କାନାଳ ଡାଇମଣ୍ଡ କିକ ବକ୍ସିଂ ଆସୋସିଏସନ ର ଖେଳାଳି ମାନେ ୨୧ଟି ପଦକ ହାସଲ କରିଛନ୍ତି। ସେଥିରୁ ଗୋଟିଏ ସ୍ବର୍ଣ୍ଣ ଦଳଗତ ପଏଣ୍ଟ ଫାଇଟ ରେ ୯ ଟି ରୌପ୍ୟ ଏବଂ ୧୧ଟି କାଁସ୍ୟ ପଦକ (୧୦ଟି ବ୍ୟକ୍ତିଗତ ଏବଂ ଗୋଟିଏ ଦଳଗତ) ହାସଲ କରିଛନ୍ତି। ବାଳିକା ବିଭାଗ ରେ ସ୍ମୃତି ଭୋଇ -୫୦ କେଜି ବର୍ଗ ରେ ୨ଟି କାଂସ୍ୟ, ରୂପା ନାଏକ -୫୫ କେଜି ରେ ୧ ରୌପ୍ୟ ଓ ୧ କାଁସ୍ୟ, ମାନସୀ ସାହୁ -୫୫ କେଜି ରେ ୨ ଟି ରୌପ୍ୟ ଓ ୧ଟି କାଁସ୍ୟ, ରୋଜାଲିନ ସ୍ୱାଇଁ -୬୦ କେଜି ରେ ୩ଟି ରୌପ୍ୟ ଓ ୧ଟି କାଁସ୍ୟ ବାଳକ ଜୁନିଅର ବିଭାଗ ରେ ଓ଼ମ ପ୍ରସାଦ ଭଞ୍ଜ -୬୩ କେଜି ରେ ୨ଟି କାଁସ୍ୟ ସେହିପରି ସିନିଅର ବାଳକ ବିଭାଗ ରେ ଶୁଭଙ୍କର ନାଏକ -୫୧ କେଜି ରେ ୧ଟି ରୌପ୍ୟ ପଦକ, ସୌଭାଗ୍ୟ ରଞ୍ଜନ ବେହେରା -୬୯ କେଜି ରେ ୨ ଟି ରୌପ୍ୟ ଓ ୨ କାଁସ୍ୟ ପଦକ, ଦଳଗତ ବାଳିକା ବିଭାଗ ପଏଣ୍ଟ ଫାଇଟ ରେ ସ୍ବର୍ଣ୍ଣ ପଦକ ଏବଂ ଦଳଗତ ମିକ୍ସ ମ୍ୟୁଜିକାଲ ଇଭେଣ୍ଟ ରେ କାଁସ୍ୟ ପଦକ ହାସଲ କରିଛନ୍ତି। କିର୍ତ୍ତୀ ରାଣୀ ସାହୁ ଟିମ କୋଚ ଭାବେ ଯୋଗ ଦେଇଥିଲେ। ଏହି ଚାମ୍ପିୟନସିପ ପାଇଁ ଦଳର ଖେଳାଳି ମାନେ କଠିନ ପରିଶ୍ରମ କରିଛନ୍ତି ତେଣୁ ପ୍ରତିଥର ପ୍ରତି ଏଥର ମଧ୍ୟ ଖେଳାଳି ମାନେ ଭଲ ପ୍ରଦର୍ଶନ କରି ଢେଙ୍କାନାଳ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସର ରେ ଆର୍ମେଚର କିକ ବକ୍ସିଂ ଆସୋସିଏସନ ଅଫ ଓଡିଶା ର ସଭାପତି କାର୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା ଏବଂ ଢେଙ୍କାନାଳ ଡାଇମଣ୍ଡ କିକ ବକ୍ସିଂ ଆସୋସିଏସନ ର ସମସ୍ତ ସଦସ୍ୟ, କାଚିଙ୍ଗ କମିଟି ସମସ୍ତ ଖେଳାଳି ଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି।
20