ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କର୍ମକ୍ଷେତ୍ରରୁ ଅବସର ନେଲେ ପ୍ରସନ୍ନ କୁମାର ବେହେରା

ଏରସମା, 10/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
*ଭାବବିହ୍ୱଳ ପରିବେଶରେ ଛାତ୍ରଛାତ୍ରୀ ଦେଲେ ସମ୍ବର୍ଦ୍ଧନା*
Article Image
ବାଲିକୁଦା ବ୍ଲକ୍ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତିତିରାର ଶିକ୍ଷକ ପ୍ରସନ୍ନ କୁମାର ବେହେରା କର୍ମ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପ୍ରଭାତ ନଳିନୀ ବେହେରା, ନିଲୁ ଚରଣ ସ୍ୱାଇଁ, ଋଷେନ୍ଦ୍ର ଦାଶ, ବିଚିତ୍ରାନନ୍ଦ ବିଶ୍ବାଳ, ନରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ମାନେ ଯୋଗଦେଇ ଶ୍ରୀ ବେହେରାଙ୍କ ଗୁଣଗାନ କରିବା ସହିତ ଦୀର୍ଘ ଶିକ୍ଷକତା ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷା ସହ ଛାତ୍ରଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ବିଦ୍ୟାଳୟର ଶୈଖିକ ବାତାବରଣ ସୃଷ୍ଟି କରିବାରେ ଶ୍ରୀ ବେହେରାଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଅଟେ । ତାଙ୍କର ଅବସର ଶିକ୍ଷା ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ଓ ଗ୍ରାମର ଗ୍ରାମବାସୀ ମାନେ ମତବ୍ୟକ୍ତ କରିଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁଜୀଙ୍କ ଆଦର୍ଶ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ ।
7