ବୁଗୁଡ଼ା, 10/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପର୍ବ ‘ବୁଦ୍ଧଖୋଲ ମହୋତ୍ସବ' ସୋମବାର ଉଦ୍ଯାପିତ ହୋଇଯାଇଛି । ମହୋତ୍ସବର ଶେଷ ସନ୍ଧ୍ୟାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତି ମୁଖ୍ୟ ଆକର୍ଷଣ ଥିଲେ | ତାଙ୍କ କଣ୍ଠରୁ ଗୋଟିଏ ପରେ ଗୋଟିଏ ମନଛୁଆଁ ଗୀତ ଦର୍ଶକଙ୍କୁ ଝୁମାଇଥିଲା। ସେହିପରି ରାମଲୀଳା, ଗୋଲିଆ ଘଣ୍ଟକଳସୀ, କତକଲା ଗଡ଼ବା ନୃତ୍ୟ, ମରେଇପଲ୍ଲୀ ନାଟ୍ୟଦଳ ଓ ମାଣିବନ୍ଧର ରାମଲୀଳା ଭଳି ଅନେକ ଲୋକକଳା ମନ ମୋହିଥିଲା | ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ | ବୁଦ୍ଧଖୋଲ ମହୋତ୍ସବ ସମିତି ସଭାପତି ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ , ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ବୁଗୁଡା ବ୍ଲକ ଉପାଧ୍ଯକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବିରଞ୍ଚଧୂପୁର ସରପଞ୍ଚ ମନ୍ଦାକିନୀ ସେଠୀ ଓ ସମିତି ସଭ୍ୟା ଅଳକା ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୁଦ୍ଧଖୋଲ ମହୋତ୍ସବର ଗାରିମା ଉପରେଆଲୋକପାତ କରିବ ବୋଲି ପ୍ରକାଶ କରି ଏହା ବୁଗୁଡ଼ାବାସୀଙ୍କ ଅବିସ୍ମରଣୀୟ ବଦାନ୍ୟ ବ୍ୟକ୍ତି ସ୍ୱର୍ଗତ ସତ୍ୟ ନାରାୟଣ ପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ନାଟ୍ୟ ନିର୍ଦେଶକ ଜି.ପ୍ରଦ୍ୟୁମ୍ନ ପାତ୍ର, ନାମ ସଂକୀର୍ତ୍ତନ ଗୁରୁ ସୋଲା ପାତ୍ର, ସ୍ଵେଚ୍ଛାସେବୀ ଚିତ୍ତରଞ୍ଜନ ଦାଶ, କୃଷ୍ଣଲୀଳା ଗାୟକ ଗୋପୀନାଥ ବେହେରା, କ୍ରୀଡ଼ାବିତ ଅମିୟ ରଞ୍ଜନ ପଟ୍ଟନାୟକ, ଡାକ୍ତର ପପୁନ ସାହୁ, କିକବକ୍ସି ଖେଳାଳି ସିଦ୍ଧିରାଜ ସ୍ବରୂପ, ତମନ୍ନା ସାହୁ, ଲକ୍ଷ୍ମଣ ଆଚାରୀ, ପ୍ରତୀକ ନାହାକ, କୋଚ୍ ଦୁର୍ଗାପ୍ରସାଦ ଦାସ, ଏନସିସି ଅଧିକାରୀ ଅଜୟ କୁମାର ସାହୁ, କ୍ୟାଡ଼େଟ ମଧୁସ୍ମିତା ପ୍ରଧାନ, ସ୍ବପ୍ନ ରାଉତ, ବୁଗୁଡ଼ା ଟାଏକୋଣ୍ଡୋ ଏକାଡେମୀ, ଛାତ୍ରୀ ଶୁଭପ୍ରିୟା ବିଷୋୟୀ, ୟୁ.ଦିବ୍ୟାନୀ ପାତ୍ର, ଶିବାନୀ ରାଉତ ଓ ବୁଗୁଡ଼ା ଗୋସେବା ସଂସ୍ଥାକୁ ସମ୍ବଦ୍ଧିତ କରାଯାଇଥିଲା I ଶେଷରେ ବୁଦ୍ଧଖୋଲ ଉନ୍ନୟନ ସମିତି କାର୍ଯ୍ୟକାରୀ ସଭାପତି ଟି.ସଂଜୀବ ପାତ୍ର, ଉପସଭାପତି ଗଙ୍ଗାଧର ନାୟକ, ସାଧାରଣ ସମ୍ପାଦକ ଗଙ୍ଗାଧର ବିଷୋୟୀ, ସମ୍ପାଦକ ହରିକୃଷ୍ଣ ସାହୁ ଯୁଗ୍ମସମ୍ପାଦକ କେଦାର ମହାରଣା ଓ କୋଷାଧକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।ଏହି ତ୍ରିଦିବସୀୟ ମହୋତ୍ସବର ଶେଷ ସନ୍ଧ୍ୟା ବା ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ଓ କମିଟିର ସମସ୍ତ ସଦସ୍ୟ ଓ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ ।
