ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିତୁଠ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଏରସମା, 04/02/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବାଲିତୁଠ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୧୬ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ବିଦ୍ୟାଳୟର ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ସରସ୍ବତୀ ଶିଶୁ ମନ୍ଦିର ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଦିଆଯାଉଥିବା ନୈତିକ ଶିକ୍ଷା ସମାଜ ବଦଳାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାଲିତୁଠ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅନିଲ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷକ ସନ୍ତୋଷ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ରବିନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥିଭାବେ ଜିନ୍ଦଲ କମ୍ପାନୀର ଉପାଧ୍ୟକ୍ଷ ଧନଞ୍ଜୟ କୁମାର ସିହ୍ନା, ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବିଦ୍ୟାଳୟ ସଂପାଦକ ବିକାଶ ମହାନ୍ତି, ବିଦ୍ୟାଳୟ ଶ୍ରଷ୍ଠା ଗୌରାଙ୍ଗ ଚରଣ ସ୍ୱାଇଁ, ଡ଼ ତାମିଲ ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅବିଭାବକ ଓ ଅବିଭାବିକା ବହୁ ସଂଖ୍ୟାରେ ଯୋଗଦେଇ ଥିଲେ। ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Article Image
1