ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାଶିବରାତ୍ରୀ ଉପଲକ୍ଷେ ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର

ବୁଗୁଡ଼ା, 10/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଗକୁ ଆସୁଛି ମହାଶିବରାତ୍ରୀ ବା ଜାଗର । ସବୁ ଶିବ ମନ୍ଦିରରେ ଜାଗର ଜାଳିବେ ଶ୍ରଦ୍ଧାଳୁ । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟି ଦୀପ ପ୍ରସ୍ତୁତିରେ ବ୍ୟସ୍ତଥିବା ଦେଖ‌ିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃଦ୍ଧି ଭାବେ ଆପଣାଇ ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନହଜି ଅଦ୍ୟାବଧି ବଞ୍ଚି ରହିଛି | ପୂର୍ବରୁ ମାଟି ପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା ଏବଂ ରୋଷେଇ ପାଇଁ ଆବଶ୍ୟକ ମାଟି ପାତ୍ର ଠାରୁ ଆରମ୍ଭ କରି ହାଣ୍ଡି ମାଠିଆ, ସୁରେଇ ଆଦି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍ ଦୁଇ ପଇସା ରୋଜଗାର କରି କୁଟୁମ୍ବର ଗୁଜରାଣ ମେଣ୍ଟାଇ ପାରୁଥିଲା ।
Article Image
ସମୟାନୁକ୍ରମେ ଆଧୁନିକ ମଣିଷର ରୁଚିରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି । ଏବେ ରୋଷେଇ ପାଇଁ ସାଧାରଣ ଲୋକେ ମାଟି ପାତ୍ରକୁ ଭୁଲି ବିଭିନ୍ନ ଧାତୁରେ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି । ଏଭଳି ପରିସ୍ଥିତରେ କୁମ୍ଭକାରଙ୍କ ବୃତ୍ତି ପ୍ରଦାନ ପ୍ରତି ସଙ୍କଟ ସୃଷ୍ଟି ହୋଇଛି ।ତଥାପି କୌଳିକ ବୃଦ୍ଧିକୁ ବଞ୍ଜାଇ ରଖୁବା ପାଇଁ ଏବେ ସୁଦ୍ଧା ସଙ୍ଘର୍ଷ ଜାରି ରଖୁଛନ୍ତି କୁମ୍ଭକାର ପରିବାର ।ବିଶେଷ କରି ପର୍ବପର୍ବାଣୀରେ କୁମ୍ଭକାରଙ୍କୁ ସାଧାରଣ ଲୋକେ ମାନେ ପକାଇଥାନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତତ ଏମିତି କିଛି ସାମଗ୍ରୀ ରହିଛି ଯାହାକି ପୂଜା ବ୍ରତ ସକାଶେ ନିହାତି ଜରୁରୀ ।ବିଜ୍ଞାନ ଯୁଗରେ ଆଲୋକର ଦୀପ ମିଳୁଥିଲେ ମଧ୍ୟ ଜାଗର ପାଇଁ ମାଟି ଦୀପର ଚାହିଦା ଏବେ ବି ଅତୁଟ ରହିଛି । ବର୍ଷ ତମାମ ବେକାରରେ ରହୁଥ‌ିବା କୁମ୍ଭକାର ପରିବାରଙ୍କ ପାଇଁ ଦୀପାବଳି ଓ ମହାଶିବରାତ୍ରୀ ବା ଜାଗର ପର୍ବ ରୋଜଗାର ସୃଷ୍ଟି କରିଥାଏ । ଜାଗର ପର୍ବର ବହୁ ଦିନ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥାନ୍ତି ମାଟି ଦୀପ ପ୍ରସ୍ତୁତିରେ । ତେବେ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ବୃଦ୍ଧି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରି ନ ଥିବାରୁ ଏହି ବୃଦ୍ଧି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । କୌଳିକ ବୃଦ୍ଧିକୁ ବଞ୍ଚାଇବା ଲାଗି କୁମ୍ଭକାର ଚକଘୂରାଉ ଥିଲେ ମଧ୍ୟ ଉପାର୍ଜନ ଯଥେଷ୍ଟ ପରିମାଣରେ ହେଉନଥିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ବହୁ କୁମ୍ଭକାର ପରିବାର ପ୍ରକାଶ କରିଛନ୍ତି ।
8