ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଦୁଗ୍ଧ ବ୍ୟବସାୟୀ ସଂଘର ବନ୍ଧୁମିଳନ

ଢେଙ୍କାନାଳ, 11/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ସ୍ଥାନୀୟ ରଞ୍ଜା ଛକ ଖେଳପଡିଆ ଠାରେ ଢେଙ୍କାନାଳ ଦୁଗ୍ଧ ବ୍ୟବସାୟୀ ସଂଘର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଦୁଗ୍ଧ ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ତରଫରୁ ଗୋଟିଏ ବୈଠକ ଗୃହ ନିର୍ମାଣ ନିମନ୍ତେ ସରକାରଙ୍କୁ ନିବେଦନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ତୀର୍ଥ ଭ୍ରମଣ କରିବାକୁ ଆଲୋଚନା କରାଯାଇଥିଲା । ଏହି ବନ୍ଧୁ ମିଳନରେ ପୂର୍ବତନ ସଭାପତି ଘନଶ୍ୟାମ ବାରିକ, ସଭାପତି ପ୍ରକାଶ କୁମାର ବେହେରା, ସଂପାଦକ ଦୁର୍ଯ୍ୟୋଧନ ପରିଡା, କୋଷାଧକ୍ଷ ଦୁଃଶାସନ ବେହେରାଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଯୋଗଦେଇଥିଲେ ।
13