ଏରସମା, 12/02/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ସମଗ୍ର ଭାରତରେ ଆଜି (ଫେବୃଆରୀ ୧୨) ରେ କେନ୍ଦ୍ରୀୟ ଟ୍ରେଡେ ୟୁନିଅନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ୍ ଡାକରା ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମା ରେ ମଧ୍ୟ ଶାନ୍ତିଶୃଙ୍ଖଳା ସହିତ ଭାରତ ବନ୍ଦ୍ କାର୍ଯ୍ୟକ୍ରମ ସଫଳ ହୋଇଛି। କମ୍ରେଡ୍ ନେତା ତଥା ରାଜ୍ୟ କୃଷକ ସଭା ସଭାପତି A.I.K.S ଶ୍ରୀଯୁକ୍ତ ଶଶୀ ଭୂଷଣ ସ୍ଵାଇଁ ଙ୍କ ନେତୃତ୍ୱରେ ସରପଞ୍ଚ ବାଲିଠୁତ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାସ,ଏରସମା CPI ଜୋନ କମିଟି ର ସଂପାଦକ ସର୍ବେଶ୍ଵର ବେଉରା, ବାଲିଠୁତ CPI ଜୋନ କମିଟି ର ସଂପାଦକ ଶ୍ରୀଯୁକ୍ତ ବାସୁଦେବ ଖଣ୍ଡୁଆଳ,CPI ରାଜ୍ୟ କୃଷକ ସଭା ନେତା ଓ ଜିଲ୍ଲା ସହ ସମ୍ପାଦକ ରାମଚନ୍ଦ୍ର ମୁଦୁଲି, ଜିଲ୍ଲା କୃଷକ ସଭା ସଭାପତି A.I.K.S ପିତାମ୍ବର ଦାସ,ପୂର୍ବତନ ସରପଞ୍ଚ ଗୋଡା ତଥା ବ୍ଲକ୍ କୃଷକ ସଭା ସଭାପତି ଦାମୋଦର ବେହେରା, ବାଲିତୁଠ C.P.I ଜୋନ ସହ ସମ୍ପାଦକ ରଙ୍ଗାଧର ମହାପାତ୍ର , ଅମରେନ୍ଦ୍ର ଦାସ ଓ ୫୦ ରୁ ଅଧିକ କର୍ମୀ ଉପଷ୍ଟିତି ରହି ଶାନ୍ତି ଶୃଙ୍ଖଳା ସହିତ ଏହି ବନ୍ଦ୍ ଡାକରା କୁ ସଫଳ କରିଛନ୍ତି।ବଜାର ର ସମସ୍ତ ଦୋକାନ ବଜାର ବନ୍ଦ୍ ଥିବା ଦେଖିବାକୁ ମିଳିଛି ।ଏରସମା ବଜାର କମିଟି ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି । ବସ ଚଳାଚଳ ବନ୍ଦ ହେବା ସହିତ ସ୍କୁଲ ,କଲେଜ ଓ ବିଭିନ୍ନ ବ୍ୟାଙ୍କ ମଧ୍ୟ ବନ୍ଦ୍ ରହିଛି।