ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ ଚକ୍ଷୁ ପରୀକ୍ଷା ଶିଵୀର

ଏରସମା, 04/02/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ୍ ଅନ୍ତର୍ଗତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସିଂହପୁର ପରିସରରେ,ବ୍ଲକ୍ ସ୍ତରୀୟ ସ୍କୁଲ ଆଇ ହେଲ୍ଥ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଛି।
Article Image
ସମଗ୍ରଶିକ୍ଷା ଜଗତସିଂହପୁର ସହଯୋଗରେ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟ ଦ୍ରୃଷ୍ଟି ଯୋଜନା ଅନ୍ତର୍ଭୁକ୍ତ ଉକ୍ତ କାର୍ଯ୍ୟକ୍ରମରେ, ଏରସମା ବ୍ଲକ୍ ସିଂହପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଏ କେ ବି ପି ଖୁରାଣ୍ଟ ଓ ଚଟୁଆ ସାଧନ କେନ୍ଦ୍ର ଅନ୍ତର୍ଗତ ୩୨ ଟି ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ଏଠାରେ ଆୟୋଜିତ ଶିବିରରେ ୧୪୬ ଜଣ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅପଥାଲମିକ୍ ଅଧିକାରୀଣି ଇନା ମହାନ୍ତି ଓ ସହକାରୀ ପ୍ରିୟଙ୍କା ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ।କାର୍ଯ୍ୟ କ୍ରମକୁ ଏରସମା ବ୍ଲକ୍ ସହ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ ଉଦଘାଟନ କରିଥିଲେ।କାର୍ଯ୍ୟ କ୍ରମରେ ସହ ଶିକ୍ଷାଧିକାରୀ ଲିଆକତ ଅଲ୍ଲୀ ଖାଁ, ପତିତପାବନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାପସ ଜେନା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମେନେକା ମଞ୍ଜରୀ ସ୍ଵାଇଁ,ରାଜଶ୍ରୀ ବେହେରା,ସଂଯୋଜକ ନିହାର ରଞ୍ଜନ ଜେନା ଓ ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Article Image
1