ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୋରିକିନା ରେ ଉତ୍କଳ କଳା ବିକାଶ କେନ୍ଦ୍ର ଉଦଘାଟନ

ଏରସମା, 13/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ପଞ୍ଚାୟତର ବୋରିକିନା ଠାରେ ଉତ୍କଳ କଳା ବିକାଶ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଅଭିନୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ କଳା ବିକାଶ କେନ୍ଦ୍ର ଶୁକ୍ରବାର ଦିନ ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜ୍ୟୋତି ପ୍ରକାଶ ନାୟକଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ବାଲିକୁଦା ବ୍ଲକ୍ ୩ନଂ ଜୋନ୍ ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା, ବିଦ୍ୟାଧର ସାମଲ, ଆଇନଜୀବୀ ବୀର ନାରାୟଣ ପାତ୍ର, ଅନନ୍ତ ଚରଣ ଦାସ, ସମୀର କୁମାର ଦାଶ, ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ପର୍ଶୁରାମ ସ୍ୱାଇଁ, ସୁଜିତ୍ କୁମାର ବେହେରା, କେଦାର ପାତ୍ର, ଗଗନ କୁମାର ରାଉତ, ବିଚିତ୍ର ରଞ୍ଜନ ସାହୁ, ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଉତ୍କଳ କଳା ବିକାଶ କେନ୍ଦ୍ର ସଙ୍ଗୀତ ବିଦ୍ୟାଳୟ ଦ୍ଵାରା ଏହି ଅଞ୍ଚଳର ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କୁ ଦକ୍ଷ କଳାକାର ଭାବେ ଗଢ଼ି ତୋଳିବା ଏବଂ ସେମାନଙ୍କୁ ଲୋକଲୋଚନକୁ ଆଣିବା ଉତ୍କଳ କଳା ବିକାଶ କେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଥିଲା । ଆମ ଜନ୍ମ ମାଟିର କଳା, ସଂସ୍କୃତିକୁ ଦେଶ, ବିଦେଶରେ ପରିଚିତ କରାଇବା ବିକାଶ କେନ୍ଦ୍ରର ଲକ୍ଷ୍ୟ ଅଟେ । ଏଠାରେ ଛାତ୍ରଛାତ୍ରୀ ମାନଙ୍କ ସୃଜନୁଶୀଳତା ବିକାଶ ସହିତ ଜ୍ଞାନବୋଧ ଦକ୍ଷତା ଓ ପ୍ରୟୋଗରେ ପାଠଖସଡ଼ା ଗୁଡ଼ିକ ଅନେକ ରୁଚିମନ୍ତ ଓ କ୍ରିୟାଶୀଳ ହେବାରେ ଅନୁଷ୍ଠାନ ବିଶେଷ ଭାବରେ ଧ୍ୟାନ ଦେବ ବୋଲି ମତପ୍ରକାଶ ପାଇଥିଲା । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଏହି ଉତ୍କଳ କଳା ବିକାଶ କେନ୍ଦ୍ର ତାର ପ୍ରୟାସ ଜାରି ରଖିବ ବୋଲି ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ସପ୍ତାହ ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଅଭିନୟରେ ଅଂଶ ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବହୁ ଅଭିଜ୍ଞ ଶିକ୍ଷାଦାନ କରାଯିବ ବୋଲି ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଶେଷରେ ଉତ୍କଳ କଳା ବିକାଶ କେନ୍ଦ୍ରର ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା ସସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ଆଗାମୀ ଦିନରେ ଉତ୍କଳ କଳା ବିକାଶ କେନ୍ଦ୍ରର ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
Article Image
Article Image
4