ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିଆ(ସୋପରା) ଗ୍ରାମରେ ସପ୍ତମ ବାର୍ଷିକ ଅଷ୍ଟପ୍ରହର ନାମସଂକୀର୍ତ୍ତନ ଅନୁଷ୍ଠିତ

ଏରସମା, 04/02/2025, ଉତ୍କଳ voice news - utkalvoicenews.com ଚଳିତ ବର୍ଷ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ(ସୋପରା) ଗ୍ରାମରେ ଥିବା ମା' ଓଳେଗ ଚଣ୍ଡୀ ପୀଠରେ ସ୍ଥାନୀୟ ସିଓର ସକ୍ସେସ କ୍ଲବ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଶ୍ରୀ ଶ୍ରୀ ନିତାଇ ଗୌରାଙ୍ଗ ମହାପ୍ରଭୁଙ୍କ ସପ୍ତମ ବାର୍ଷିକ ଅଷ୍ଟପ୍ରହର ନାମସଂକୀର୍ତ୍ତନ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି | ତିନିଦିନ ଧରି ଅଧିବାସ, ସେବାପୂଜା, ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଅଖଣ୍ଡ କୀର୍ତ୍ତନ ପରିବେଷଣ, ନଗର କୀର୍ତ୍ତନ, ଦଧି ହାଣ୍ଡି ଭଞ୍ଜନ,ଅହୋରାତ୍ର ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ନାମଯଜ୍ଞ ଦିନ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତି ସମସ୍ତ ଗ୍ରାମବାସୀମାନଙ୍କୁ ଅତ୍ୟନ୍ତ ଉତ୍ସାହିତ କରିଥିଲା |ଗ୍ରାମର ଯୁବକ ସତ୍ୟଜିତ ସ୍ୱାଇଁ କର୍ତ୍ତା ହୋଇଥିବା ବେଳେ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଂଖେଶ୍ୱର ପ୍ରସାଦ ମହାନ୍ତି, ଅଭୟ ସ୍ୱାଇଁ, କୁନେଶ ବାରିକ,ଘନଶ୍ୟାମ ମଲ୍ଲିକ, ସତ୍ୟାନନ୍ଦ ବେହେରା,କଣ୍ଡୁରୀ ମାଝୀ,ନିରଞ୍ଜନ ମାଝୀ, ଶୁକଦେବ ମାଝୀ, ଶଙ୍କର ସ୍ୱାଇଁ, ନିରଞ୍ଜନ ବେହେରା,ଛବି ମାଝୀ, ପ୍ରଦୀପ ବେହେରା,ପ୍ରଶାନ୍ତ ସୁତାର, ରତୀନ୍ଦ୍ର ସୁତାର,ପ୍ରଭାକର ବାରିକ, ମନ୍ମଥ ଦଳାଇ, ଧନେଶ୍ୱର ମଲ୍ଲିକ, ଗଣେଶ୍ୱର ମଲ୍ଲିକ, ଗୋପୀନାଥ ବେହେରା,ଦିବାକର ବେହେରା, ମନୋରଞ୍ଜନ ବାରିକ,ସୁର ବେହେରା,ପ୍ରମୋଦ ମାଝୀ,ମାନସ ମଲ୍ଲିକ,ଜଗବନ୍ଧୁ ଦଳାଇ,ବିଶ୍ୱଜିତ ବେହେରା,ରଞ୍ଜିତ ବେହେରା, ସୁଧାଂଶୁ ଶେଖର ବେହେରା, ପ୍ରଦୀପ ଦାସ, ସନ୍ତୋଷ ବାରିକ,ସତ୍ୟବ୍ରତ ସ୍ୱାଇଁ,ଲିପୁ ବେହେରା,ପପୁ ମଲ୍ଲିକ,ମଳୟ ମଲ୍ଲିକ, କଳ୍ପତରୁ ବେହେରା, ଅନୁପ ସୂତାର,ରଂଜିତ ସୁତାର, ସଂଗ୍ରାମ ବେହେରା ଏବଂ ମେଘନାଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଏହି ନାମ ସଂକୀର୍ତ୍ତନରେ ଗ୍ରାମବାସୀ ବୃନ୍ଦ ଏବଂ ସିଓର ସକ୍ସେସ କ୍ଲବର ସଭ୍ୟ ବୃନ୍ଦ ସହାୟତା କରିଥିଲେ |
Article Image
1