ଜଗତସିଂହପୁର, 14/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ବ୍ଲକ ଅଧୀନ ଆଶ୍ରମପାଡ଼ାସ୍ଥିତ ଆଶ୍ରମପାଡ଼ା ଭଲିବଲ୍ ଯୁନିଅନ୍ ଏବଂ ପ୍ରଫୁଲ୍ଲ ପାଠାଗାରର୍ ମିଳିତ ଆନୁକୂଳ୍ୟରେ 33 ତମ ରାଜ୍ୟସ୍ତରୀୟ ଦିବାରାତ୍ରି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ। ଅର୍ଚ୍ଚନା ସିଂହ, ସମ୍ମାନିତ ଅତିଥି ଭାବେ ଖଇରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ଲିପକ କୁମାର ସାହୁ, ଆଶ୍ରମପାଡ଼ା ଭଲିବଲ୍ ଯୁନିଅନର ମୁଖ୍ୟ ଉପଦେଷ୍ଟା ଏବଂ ସମାଜସେବୀ ନିରଞ୍ଜନ ଦାସ, ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବାଳିକା ବର୍ଗ ଟୁର୍ଣ୍ଣାମେଣ୍ଟ ରେ ଆଶ୍ରମପାଟଣା ଭଲିବଲ ୟୁନିୟନ ଓ ଓଡ଼ିଆ ପୋଲିସ ମଧ୍ୟରେ ଉଦଘାଟନ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଏହି ମ୍ୟାଚ ରେ ଓଡ଼ିଶା ପୋଲିସ ବାଳିକା ବର୍ଗ ର୍ ଚମ୍ପିୟାନ ହୋଇଥିଲା ।