ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ଲକ କଂଗ୍ରେସ ତରଫରୁ ସାମ୍ୱାଦିକ ସମ୍ମିଳନୀ

ଏରସମା, 14/02/2026, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଙ୍ଗଲ ଆଇନ୍ ଅଧିକାର, ଗ୍ରାମ ସଭା ନକରି ହଜାର ହଜାର ଏକର ଜଙ୍ଗଲ ଜମିକୁ JSW କମ୍ପାନୀକୁ ଟେକିଦେବା ଏବଂ ଲୋକଙ୍କ ଜୀବିକା ଛଡେଇ ନେବା ପ୍ରତିବାଦ ରେ ଜଗତସିଂହପୁର ଜିଲ୍ଲା ଏରସମା ରେ ଏରସମା କଂଗେସ କମିଟି ତରଫରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଉକ୍ତ ସମ୍ମିଳନୀ ରେ ଏରସମା ବ୍ଲକ କଂଗେସ କମିଟିର ସଭାପତି ଶ୍ରୀଯୁକ୍ତ ପିନାକୀନାରାୟଣ ଦାସ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର କଂଗେସ ନେତା ଇଂ. ନଳିନୀ କୁମାର ସ୍ଵାଇଁ,ସମାଜ ସେବୀ ତଥା ପୂର୍ବତନ ପିସିସି ସଭ୍ୟ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଲା(ମୁନା ବାବୁ), କୋଷାଧ୍ୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏରସମା କଂଗ୍ରେସ ସଂଯୋଜକ ରବୀନ୍ଦ୍ର ମୁଦୁଲି, OBC Cell ଅଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ୍ତ ସାମଲ,ନୂଆଡିହି ପଂଚାୟତ ସଭାପତି ଯଶୋବନ୍ତ ବର୍ଦ୍ଧନ, ଏରସମା ୩ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ପାର୍ଥୀ ନଳିନୀ ରଞ୍ଜନ ବେହେରା, ବ୍ରଜକିଶୋର ରାଉତ, ଯୁବ କଂଗ୍ରେସ ମେମ୍ବର ରାଜେନ୍ଦ୍ର ସାମନ୍ତ ପ୍ରଭୃତି ଉପସ୍ଥିତ ରହିଥିଲେ।ଏରସମା ବ୍ଲକ କଂଗେସ କମିଟିର ସଭାପତି ଶ୍ରୀଯୁକ୍ତ ପିନାକୀନାରାୟଣ ଦାସ , ( ଢିଙ୍କିଆ, ନୂଆଗାଁ, ଗତକୁଜଙ୍ଗ ) ଅଂଚଳରେ ଦୀର୍ଘ ୨୦ ବର୍ଷ ହେଲା କମ୍ପାନୀ ମାନଙ୍କ ସ୍ବାର୍ଥରେ ( ପୋସ୍କ,ଜିନ୍ଦଲ) ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ଆକ୍ରୋସର ଶିକାର ହେବା ଓ କର୍ପୋରେଟ୍ ସ୍ବାର୍ଥରେ ପୂର୍ବରୁ ବିଜେଡି ଓ ବିଜେପି ସରକାର ଯେଉଁ ଢିଙ୍କିଆ ଚାରିଦେଶରେ ପ୍ରଶାସନିକ ଜୁଲମ୍ କରିଛନ୍ତି ତାହାର ନଗ୍ନ ଉଦାହରଣ ଦେଇ ଶିଳ୍ପ ମନ୍ତ୍ରୀ ଓ ସରକାର ଙ୍କ ଉପରେ ବର୍ଷିଛନ୍ତି। ଶିଳ୍ପ ମନ୍ତ୍ରୀ ପନ୍ଦର ଦିନରେ ସୃଷ୍ଟୀ କରଣ ଦିଅନ୍ତୁ ବୋଲି କହିଛନ୍ତି ।ନହେଲେ ଏମିତିକି ମୁଖ୍ୟ ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ ଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହେବ ନେଇ ପ୍ରକାଶ କରିଛନ୍ତି।
6