ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଢେଙ୍କାନାଳ, 14/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଗ୍ରହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷା ଡ. ଅର୍ପିତା ସାବତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ହିଁ ନାରିଶକ୍ତିର ଜାଗୃତି ପାଇଁ ଏକ ଅମୋଘ ଅସ୍ତ୍ର ବୋଲି କହିଥିଲେ । ସ୍ବାବଲମ୍ବୀ,ସ୍ଵୟଂସମ୍ପୂର୍ଣ୍ଣ, ଆତ୍ମନିର୍ଭରଶୀଳ ନାରୀଟିଏ ଏ ସମାଜର ମାନଦଣ୍ଡ । ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ୱନାମଧନ୍ୟା, ଅବସପ୍ରାପ୍ତ ଶିକ୍ଷୟତ୍ରୀ ତଥା ଢେଙ୍କାନାଳର ପୂର୍ବତନ ଶିଶୁମଙ୍ଗଳ କମିଟି ସଦସ୍ୟା ଶ୍ରୀମତୀ କୃସିତା ବେଗମ୍ ଯୋଗଦେଇ ପିଲାମାନଙ୍କୁ ବୁଝାଇ ଥିଲେ ଯେ ଲିଙ୍ଗଗତ ବୈଷମ୍ୟଠାରୁ ଯଥେଷ୍ଟ ଉପରକୁ ଉଠି ସେମାନଙ୍କୁ ଏକ ନୂତନ ସମାଜ ପ୍ରତିଷ୍ଠା କରିବାକୁ ପଡ଼ିବ । ସେଥିପାଇଁ ଦୃଢ଼ ମନବଳ, ଅକ୍ଲାନ୍ତ ପରିଶ୍ରମ ଏବଂ ପ୍ରବଳ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ମହାବିଦ୍ୟାଳୟର ଅଧକ୍ଷା ଡ. ଶକୁନ୍ତଳା ଜେନା ଛାତ୍ରୀ ମାନଙ୍କୁ ନିଜର ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସ୍ଥିରକରି ସେହିଦିଗରେ ହିଁ ଅଗ୍ରସର ହେବାକୁ ଉପଦେଶ ଦେଇଥିଲେ । ଉନ୍ନତ ମାନର ଶିକ୍ଷା ହିଁ ଏକବିଂଶ ଶତାବ୍ଦୀର ଉତ୍ତାନପାଦ ମନୁଷ୍ୟର ପ୍ରଥମ ଆବଶ୍ୟକତା ବୋଲି ମତପ୍ରକାଶ କରିଥିଲେ । ଗୋଟିଏ ମହାବିଦ୍ୟାଳୟ ତା'ର କୋଠାବାଡ଼ି ନୁହେଁ ବରଂ ଛାତ୍ରୀମାନଙ୍କର ଗୁଣବତ୍ତାରେ ସୁନାମଧନ୍ୟ ହୋଇଥାଏ ବୋଲି ମତ ପୋଷଣ କରିଥିଲେ । ସୁସ୍ଥ ପରିବେଶ ସୁସ୍ଥ ଚିନ୍ତାଧାରାର ପରିଚାୟକ ଏହା ତାଙ୍କର ମୁଖ୍ୟ ଅଭିବ୍ୟକ୍ତି ଥିଲା । ନିୟମିତତା ଏବଂ ସମୟାନୁବର୍ତ୍ତିତା ହିଁ ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ ।
Article Image
ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ସୁନିତା ମିଶ୍ର ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମର ଏକ Documentary ପରିବେଷଣ କରାଯାଇଥିଲା । +୨ ବିଭାଗର ସ୍ମୃତିରେଖା ବେହେରା ଓ ସ୍ମୃତିରେଖା ସାହୁ ମଞ୍ଚ ପରିଚାଳନା କରୁଥିବା ବେଳେ +୩ ର ମଞ୍ଚ ପରିଚାଳନା କରୁଥିଲେ ସୌମ୍ୟାରାଣୀ ବେହେର ଓ ସ୍ଵାତୀ ସୁଲଗ୍ନା । ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ସରୋଜିନୀ ଦାସ ଅତିଥି ପରିଚାୟ ପ୍ରଦାନ କରିଥିଲେ । ନାଟ୍ୟ ସଂସଦର ସଭାପତି ଲିନା ଗନ୍ତାୟତ ସ୍ଵାଗତ ଭାଷଣ ଦେବା ସହିତ , ଡ. ତୃପ୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ୧୫ଟି ବିଭଗର ଶ୍ରେଷ୍ଟ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ମାନେ ବହୁସଂଖ୍ୟାରେ ଏହି ଉତ୍ସବରେ ଯୋଗଦେଇ ମହାବିଦ୍ୟାଳୟ ପ୍ରତି ସେମାନଙ୍କ ଅନୁରକ୍ତି ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।
Article Image
8