ଏରସମା, 16/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ୍ ତଥା ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ,ପଞ୍ଚପଲ୍କୀର ଗ୍ରାମେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ଓ ମହା ଶିବରାତ୍ରି ଅନୁଷ୍ଠିତ ହୋଇଛି। ଆଜି ପ୍ରଭାତରୁ ମହାପ୍ରଭୁଙ୍କର ପାରମ୍ପରିକ ନିତକାନ୍ତି ସହିତ ମଧ୍ୟାହ୍ନରେ ବଡଭୋଗ ପରେ ଅପରାହ୍ନରେ ମହାପ୍ରଭୁଙ୍କ ସୂନାବେଷ କରାଯାଇଥିଲା। ରାତି ଦୁଇଟାରେ ସଙ୍କୀର୍ତ୍ତନ ଓ ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ହୁଳହୁଳି ଧ୍ୱନୀରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା।ଆଜି ଗ୍ରାମେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଶ୍ରଦ୍ଧାଳୁ ମାନେ ଧାଡ଼ିରେ ଠିଆହୋଇ ଶାନ୍ତି ଶୃଙ୍ଖଳାର ସହିତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏରସମା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଆଜିର ଉତ୍ସବରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ,ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥି ରାଉତ,ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ବିଜେପି ନେତା ସତ୍ୟସାରଥୀ ମହାନ୍ତି,ସମାଜସେବୀ ସଞ୍ଜିବ ବିଶ୍ୱାଳ, ବିଜେପି ନେତା ଶିବବ୍ରତ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥିଲେ।ଗ୍ରାମେଶ୍ୱର ମନ୍ଦିର ପରିଚାଳନା କମିଟି,ପଞ୍ଚପଲ୍କୀ ଗ୍ରାମବାସୀ ଓ ଗ୍ରାମେଶ୍ୱର କ୍ଳବ୍ ପକ୍ଷରୁ,ପରିଚାଳନା କମିଟି ସଭାପତି ଶିଶିର ବିଶ୍ୱାଳ,ସରପଞ୍ଚ ତମ ସୀମାଇ ଭୋଳ,ଜନ୍ମେଜୟ ନାୟକ,ନାରାୟଣ ମହାନ୍ତି,ଗୌରାଙ୍ଗ ମିଶ୍ର,ରାଜେନ୍ଦ୍ର ପ୍ରସାଦ ଜେନା ସ୍ମୃତି ରଞ୍ଜନ ମହାନ୍ତି ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।