ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସବୀତା ମହାପାତ୍ର ହେଲେ ବିଜୁଜନତା ଦଳର ରାଜ୍ୟ ବରିଷ୍ଠ ଉପ ସଭାନେତ୍ରୀ

ଏରସମା, 16/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ବିଜୁଜନତା ଦଳର ଦୃଢ ସଂଗଠକ ସବୀତା ମହାପାତ୍ରଙ୍କୁ ବିଜୁଜନତା ଦଳର ରାଜ୍ୟ ବରିଷ୍ଠ ଉପ ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି।ରାଜ୍ୟ ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ କମିଟି ଘୋଷଣା କରାଯାଇଥିଲା ।ଏହି ଘୋଷଣାରେ ବିଜୁଜନତା ଦଳର ବରିଷ୍ଠ ଉପ ସଭାନେତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଦେଇଥିବାରୁ ଶ୍ରୀମତୀ ମହାପାତ୍ର ଅତ୍ୟନ୍ତ ଖୁସି ହେବା ସହିତ ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଇବା ସହିତ ଦଳର ସାଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦୀଗରେ କାମ କରିବେ ବେଲି ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତି।ଏଇ ଭଳି ଗୁରୁ ଦାଇତ୍ୱ ପ୍ରଦାନ କରିଥିବାରୁ ଜଗତସିଂହପୁର ଜିଲ୍ଲା ବାସୀଙ୍କ ତରଫରୁ ସବୀତା ମହାପାତ୍ରଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣେଇବା ସହିତ କୃତଜ୍ଞତା ଜ୍ଞାପନ କରୁଛନ୍ତି।
4