ରାୟଗଡ଼ା, 16/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
ମହାଶିବ ରାତ୍ରି ଅବସରରେ ଅଣ୍ଟା ମେଡ଼ା ଶିବ ମନ୍ଦିର ପରିଚାଳନା କମିଟି ଙ୍କ ଅନୁରୋଧ ଓ ସାଇପ୍ରିୟା କ୍ଲବ ର ସଭାପତି ୱାକର. ଜୟକୃଷ୍ଣ ପ୍ରଧାନ ଙ୍କ ସହମତି କୁ ସମ୍ମାନ ଜଣାଇ ସାଇପ୍ରିୟା କ୍ଲବ ର ପ୍ରତିଷ୍ଠାତା ୱାକର. ସୁବାଷ ବେହେରା ଙ୍କ ନେତୃତ୍ୱ ରେ ଅନ୍ୟୁନ 15 ରୁ ଉର୍ଦ୍ଧ ୱାକର୍ସ ଭାଈ ଭୋର ଘ 5.15 ମିନିଟ ସମୟରେ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇଥିଲେ. ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିବା ସାଇପ୍ରିୟା କ୍ଲବ ର ସଭାପତି ୱାକର. ଜୟକୃଷ୍ଣ ପ୍ରଧାନ ଙ୍କ ଆସୁ ଆରୋଗ୍ୟ କାମନା କରି ପୂଜା ଅର୍ଚନା କରିଥିଲେ.ପ୍ରାୟ ସକାଳ ଘ 6.00 ମିନିଟ ସମୟ ବେଳକୁ ସମସ୍ତ ସଦସ୍ୟ ନିଜ ନିଜ ଦାୟିତ୍ୱ ସମ୍ଭାଳି ନେଇଥିଲେ.ମନ୍ଦିର ର ଉନ୍ନତି କରଣ ପାଇଁ କମିଟି ଦ୍ଵାରା ନିର୍ଦ୍ଧାରିତ ଦରରେ ଟିକେଟ ବିକିବା ଓ ଦାତା ଙ୍କ ଠାରୁ ଦାନ ସଂଗ୍ରହ କରିବା,
ଲୋକଙ୍କୁ ଧାଡି କରାଇ ଶାନ୍ତିଶୃଙ୍ଖଳା ରକ୍ଷାକରି ଦେବଦର୍ଶନ ପର୍ଯ୍ୟନ୍ତ ସମସ୍ତବନ୍ଦୋବସ୍ତ

ଅତି ସୁରୁଖୁରୁରେ ସମାପ୍ତ ହୋଇଥିଲା. ଦାନ ଓ ମନ୍ଦିର ଉନ୍ନତି ପାଇଁ ପାଖାପାଖି 87.00 ହଜାର ଟଙ୍କା ସଂଗ୍ରହ କରାଯାଇଥିଲା. ଏହି ସ୍ବେଛାକୃତ ସେବାରେ ସାଇପ୍ରିୟା କ୍ଲବ ର ସଦସ୍ୟ ୱାକର. ଜଗନ୍ନାଥ ନାୟକ (ସମ୍ପାଦକ )ୱାକର. ଲାଲ ମୋହନବେହେରା (ଉପସଭାପତି -1), ୱାକର. ବିପ୍ର ଚରଣ ବ୍ରମହା (ଉପସଭାପତି -2),କେ. ବୈକୁଣ୍ଠ ରାଓ ( କୋଷାଧକ୍ଷ ), ୱାକର. ସାମ୍ଭା ମୁର୍ତ୍ତି, ୱାକର. ଭି. ଜେ. ଆର. ପଟ୍ଟନାୟକ, ୱାକର. ଏଲ. କେ. ପଣ୍ଡା, ୱାକର ପି. ରମେଶ ତଥା ସାଇପ୍ରିୟା କ୍ଲବ ର ପ୍ରତ୍ୟେକ ଟି କାର୍ଯ୍ୟରେ ସହଯୋଗ କରୁଥିବା ଶ୍ରୀମତୀ ସଂଯୁକ୍ତା ରାଣୀ ପଣ୍ଡା, ଶ୍ରୀମତୀ. ଭି. ରାଜେଶ୍ୱରୀ ଆଦି ଅନେକ ୱାକର୍ସ ସଦସ୍ୟ ମଧ୍ୟ ସହଯୋଗ କରିଥିଲେ. ସାଇପ୍ରିୟା ୱାକର୍ସ କ୍ଲବ ର ଏହି ସ୍ବେଛାକୃତ କାର୍ଯ୍ୟ ପାଇଁ ଅଣ୍ଟାମେଡା ଶିବ ମନ୍ଦିର କମିଟି ର ସଭାପତି ଶ୍ରୀ, ଗୌରୀ ଶଙ୍କର,
ସମ୍ପାଦକ ଶ୍ରୀ, କୃଷ୍ଣ ଚନ୍ଦ୍ର ସେନାପତି ତଥା ସମସ୍ତ ସଭ୍ୟମାନେ ଅନେକ ପ୍ରଶଂସା କରିଥିଲେ. ସାଇପ୍ରିୟା କ୍ଲବ ସଭାପତି ୱାକର. ଜୟକୃଷ୍ଣ ପ୍ରଧାନ ଙ୍କ ସ୍ୱାସ୍ଥ୍ୟ କଥା ଅବଗତ ହେବାପରେ ମହାଦେବ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆସୁ ଆରୋଗ୍ୟ କାମନା କରିଥିଲେ.