ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିକୁଦା ବ୍ଲକ୍ ଯାଦବ ମହାସଭା ତରଫରୁ ଦୋଳ ମହୋତ୍ସବ ପ୍ରସ୍ତୁତି ବୈଠକ

ଏରସମା, 16/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ ଯାଦବ ମହାସଭା ତରଫରୁ ଦୋଳ ମହୋତ୍ସବ ପାଇଁ ମା’ କରକେଇଙ୍କ ପୀଠରେ ପ୍ରସ୍ତୁତି ବୈଠକ ବାଲିକୁଦା ବ୍ଲକ୍ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଅଖିଳ ଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା ତଥା ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା, ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ପୂର୍ବତନ ସଭାପତି ବାବାଜୀ ଚରଣ ଦାସ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଉପ ସଭାପତି ପ୍ରଫୁଲ୍ଲ କୁମାର ବାହାଲିଆ, ନରେଶ ଚନ୍ଦ୍ର ଦାସ, ପରାମର୍ଶ ଦାତା କମିଟିର ପ୍ରଭାତ କୁମାର ଦାସ, ଶଙ୍କର ଦାସ, ଶୁକଦେବ ଦାସ, ଯୁଗ୍ମ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ବୀରବର ଦାସ, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଦାସ, ମିଟୁ ଦାସ, ହେମନ୍ତ କୁମାର ଦାସ ପ୍ରମୁଖଙ୍କ ସହିତ ବିଭିନ୍ନ ପଞ୍ଚାୟତର ଯାଦବ ସଂଗଠକ ମାନେ ଯୋଗଦେଇ ଦୋଳ ମହୋତ୍ସବ ସମ୍ପର୍କରେ ସବିଶେଷ ଭାବରେ ଆଲୋଚନା କରିଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ଯାଦବ ସମାଜର ସଂସ୍କୃତି ପରମ୍ପରା ପ୍ରତୀକ ବାଡିଖେଳ, ଘଣ୍ଟବାଜା, ନଗର କୀର୍ତ୍ତନ ସହ ସୁସଜ୍ଜିତ ବିମାନରେ ପ୍ରଭୁ ରାଧା-କୃଷ୍ଣ ଙ୍କୁ ଅଞ୍ଚଳ ପରିକ୍ରମା କରାଯିବା କାର୍ଯ୍ୟକ୍ରମ ସ୍ଥିରକୃତ କରାଯାଇଥିଲା । ଏହି ବୈଠକରେ ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତର ଗୋପାଳ ଭାଇ ମାନେ ଯୋଗଦେଇ ଥିଲେ । ଆସନ୍ତା ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ପୂର୍ଣ୍ଣିମା ଦିନ ପ୍ରାତଃ ସମୟରୁ ପଞ୍ଜିକା ଅନୁସାରେ ଦେବନୀତି ବନ୍ଦ ଥିବାରୁ ଏହି କାର୍ଯ୍ୟକ୍ରମ ଚତୁର୍ଦ୍ଦଶୀ ଦିନ ମଧ୍ୟାହ୍ନରେ ସଜ ବୁଡ଼ିବା ସହିତ ଘରେ ପୂଜାର୍ଚ୍ଚନା କରାଯାଇ ଅପରାହ୍ନ ରେ ଗୋଠକୁ ଯିବା ଏବଂ ଗୋଠରେ ରୀତିନୀତି ଅନୁସାରେ ଧୂପ ଉଠାଣ, ଗାଈ ବନ୍ଦାଣ, ଚଣ୍ଡୀ ପକା କାର୍ଯ୍ୟ ସହିତ ନୂତନ ହାଣ୍ଡିରେ ବଳି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଗୋଠର ନଦୀ ମାନଙ୍କରେ ବଳି ବିସର୍ଜନ କାର୍ଯ୍ୟକ୍ରମ ଯଥାରୀତି ପାଳନ କରିବା ସହିତ ମଧ୍ୟ ରାତ୍ରରେ ନିଜ ନିଜ ଗୃହରେ ପାଣି ଦେବା ସହିତ ଦୁଧ ବନ୍ଦାଣ କାର୍ଯ୍ୟକ୍ରମକୁ ସମାପନ କରିବା ପାଇଁ ଯାଦବ ମହାସଭା ତରଫରୁ ପଦ୍ମବନ ପୀଠ ନେମାଳ ରୀତିନୀତି ଅନୁସାରେ ପାଳିତ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
4