ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଢ଼ଶୁରର ଶକ୍ତ ଚାପୁଡ଼ାରେ ଭାଈ ବୋହୂ ଆଘାତ।

କୁଜଙ୍ଗ ବଗଦିଆ ପଞ୍ଚାୟତ ଝିମାଣୀ-ପଡ଼ା ବାହ୍ରାଡିଆ ଗ୍ରାମ, 16/02/2026, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ-ପଡ଼ା ବାହ୍ରାଡିଆ ଗ୍ରାମରେ ଘଟିଛି ଏକ ଲଜ୍ଜ୍ୟା ଜନକ ଘଟଣା। ସୂଚନା ମୁତାବକ ଗତ ୧୪ତାରିଖରେ ମହା ଶିବରାତ୍ରୀ ତ୍ରିବାର ଥିବା ବେଳେ ଗ୍ରାମର କ୍ଷେତ୍ରବାସୀ ମଲ୍ଲିକଙ୍କ ପତ୍ନୀ ରଶ୍ମୀତା ମଲ୍ଲିକ(୩୦)ବାଡ଼ିରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳିବା ପାଇଁ ଘର ପାଖର ଏକ ପଡ଼ୋଶୀକୁ ଡ଼ାକି ନଡ଼ିଆ ତୋଳିଥିଲେ।ରଶ୍ମୀତାଙ୍କ ସ୍ବାମୀ ଘରେ ନଥିବାର ସୁଯୋଗ ନେଇ ସେହି ସମୟରେ ରଶ୍ମୀତାଙ୍କ ଦେଢ଼ଶୁର ତଥା ସ୍ବାମୀ କ୍ଷେତ୍ରବାସୀଙ୍କ ବଡ଼ ଭାଇ ସଚିତ୍ର ମଲ୍ଲିକ(ନେତ୍ରାନନ୍ଦ)ରଶ୍ମୀତାଙ୍କୁ ଅଶୀଳ ଭାଷାରେ ଗାଳୀଗୁଲଜ କରିବା ସହ ଏକ ଶକ୍ତ ଚାପୁଡ଼ା ମାରିଥିଲେ।ଯାହାକୁ ନେଇ ରଶ୍ମୀତା ସ୍ଥାନୀୟ ପାରାଦ୍ଵୀପ ଲକ୍ ଥାନାର ଦ୍ୱାରସ୍ଥ ହୋଇ ଦେଢ଼ଶୁର ନେତ୍ରାନନ୍ଦଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ପାରାଦ୍ଵୀପ ଲକ୍ ଥାନା ପୋଲିସ୍ ଅଭିଯୋଗ ଆଧାରରେ ଏତେଲା ଟିକୁ ପଞ୍ଜୀକୃତ କରିବା ସହ ତଦନ୍ତ ଜାରୀ ରଖିଛି।ତେବେ ବାରମ୍ୱାର ରଶ୍ମୀତାଙ୍କୁ ନିଜ ଦେଢ଼ଶୁର ନେତ୍ରାନନ୍ଦ ଏପରି ମାଡ଼ ମାରୁଥିବା ଓ ଅଶୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କାହିଁକି ଏପରି ମାନସିକ ନିର୍ଯାତନା ଦେଉଛନ୍ତି ଦେଢ଼ସୁର ନେତ୍ରାନନ୍ଦ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୋଲିସର ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Article Image
Article Image
11