ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ପିପୁଲ୍ସ କଲେଜରେ ରାଜ୍ୟସ୍ତରୀୟ ଅର୍ଥଶାସ୍ତ୍ର ସେମିନାର୍ ଅନୁଷ୍ଠିତ

ବୁଗୁଡ଼ା, 16/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲ୍ସ କଲେଜର ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ “ଭାରତରେ ଅରେଞ୍ଜ ଇକୋନୋମି ବଜେଟ୍ ପ୍ରାଥମିକତା ଏବଂ ଅର୍ଥନୈତିକ ପ୍ରଭାବ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଏସ୍.ବି.ଆର୍. ସରକାରୀ ମହିଳା ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗୀୟ ମୁଖ୍ୟ ଡକ୍ଟର ଜଗନ୍ନାଥ ବେହେରା ଯୋଗଦେଇ ସୃଜନଶୀଳ ଅର୍ଥନୀତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସେମିନାର୍‌ରେ ବିଶେଷ କରି କଣ୍ଟେଣ୍ଟ କ୍ରିଏଟର, ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ସ୍ଥାନୀୟ ସୃଜନଶୀଳ ଶିଳ୍ପଗୁଡ଼ିକ କିଭଳି ବିଶ୍ୱ ବଜାର ସହ ଜଡ଼ିତ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଭାରତର ଜିଡିପି ବୃଦ୍ଧିରେ ଏହି ନୂତନ ଅର୍ଥନୈତିକ ଧାରାର ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅବଗତ ହୋଇଥିଲେ।ଏହି ଅବସରରେ ବିଭାଗର ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ଶିକ୍ଷାବର୍ଷ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେମିନାର୍ ପୂର୍ବରୁ କେନ୍ଦ୍ରୀୟ ବଜେଟ୍‌କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କଲ୍ୟାଣୀ ପାଢ଼ୀ ପ୍ରଥମ, ଲିପ୍ସା ଡାକୁଆ ଦ୍ୱିତୀୟ ଏବଂ ସସ୍ମିତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ମହାବିଦ୍ୟାଳୟର ଉପାଧ୍ୟକ୍ଷ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ, ଅଧ୍ୟାପକ ବୃନ୍ଦ, IQAC ସମନ୍ୱୟକାରୀ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Article Image
5