କୁଜଙ୍ଗ ବ୍ଲକ / କୋଠୀ ପଞ୍ଚାୟତ ନୁଣୁୁକୁଆ ଗ୍ରାମ, 17/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠୀ ପଞ୍ଚାୟତ ନୁଣୁୁକୁଆ ଗ୍ରାମରେ ଥିବା ହରପାର୍ବତୀ ଉଥ୍ କ୍ଲବ୍ ପକ୍ଷରୁ ୨୪ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମହା ସମାରୋହରେ ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୋଠୀ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ସାହୁ,ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପ୍ରଦୀପ୍ତ ବରାଳ,ସମିତିସଭ୍ୟାଙ୍କ ପ୍ରତିନିଧି ସୁରେନ୍ଦ୍ର ତରାଇ,କ୍ଲବ୍ ସଭାପତି ଇଂ,ସମୀର ତରାଇ,ସମ୍ପାଦକ ଇଂ,ପ୍ରକାଶ ରଞ୍ଜନ ତରାଇ,କ୍ଲବର ସଦସ୍ୟ ତଥା ସମାଜସେବୀ ଟୁଟୁ ତରାଇ,ସମାଜସେବୀ ସୈଳେନ୍ଦ୍ର ଦାସ ପ୍ରମୁଖ ଉଦଯାପନୀ ଉତ୍ସବରେ ଯୋଗଦେଇ ଦୁଇ ଟିମର କ୍ରିକେଟ୍ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ କାଳିଆପାଟ କେ.ସି.ସି ୧୦ଓଭର ଖେଳି ୭ୱିକେଟ୍ ହରାଇ ୧୩୫ରନ୍ ସଂଗ୍ରହ କରିଥିଲା ଓ ଜାଲପଦା ମା ବାସୁଳେଈ କ୍ରିକେଟ ଟିମ୍ ୧୦ଓଭର ଖେଳି ୫ୱିକେଟ୍ ହରାଇବା ସହ ୧୨୨ରନରେ ପରାଜିତ ହୋଇଥିଲା।ଏହି ଉଦଯାପନୀ ଉତ୍ସବରେ ମଞ୍ଚକୁ ସୁନ୍ଦର ଭାବେ ଶିକ୍ଷ୍ୟାବିତ୍ ତଥା ଏହି ଅଞ୍ଚଳର ସୁନାମ ଧନ୍ୟ ଭାଷ୍ୟକାର ବିପିନ୍ କୁମାର ପତି ଓ ବିପିନ୍ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଅମ୍ପେୟାର ପ୍ରମୋଦ ସେଠୀ ଓ ମିହିର୍ ତରାଇ ସୁନ୍ଦର ବୁଝାମଣାରେ ଖେଳକୁ ପରିଚାଳନା କରିଥିଲେ।ଏହି କ୍ରିକେଟ୍ ଖେଳ ପ୍ରତିଯୋଗିତାକୁ ହରପାର୍ବତୀ ଉଥ୍ କ୍ଲବର ସଦସ୍ୟ ରାଜକିଶୋର ତରାଇ,ସ୍ମୃତି ରଞ୍ଜନ ତରାଇ,ବିଳାସ ତରାଇ,ମାନସ ବେହେରା,ବିନୋଦ ବେହେରା,ଜନ୍ ତରାଇ ପ୍ରମୂଖ ସହଯୋଗ କରିଥିଲେ।