ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନା ବଳରାମ ରଥ ପେଷା ଓକିଲାତି ନିଶା ସମାଜସେବା ବିଭିନ୍ନ ମହଲରୁ ସ୍ୱାଗତ

ଜଗତସିଂହପୁର, 17/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ର ଜଣେ ଉଚ୍ଚ ଶିକ୍ଷିତ ତଥା ଆଇନିଜୀବୀ ବଳରାମ ରଥ ନାମରେ ପରିଚିତ । ତାଙ୍କର ପେଷା ଓକିଲାତି ଓ ନିଶା ସମାଜସେବା । ଯାହା କରି ଦେଖାଇଛନ୍ତି ବଳରାମ ରଥ । ନିଜ ପୁଅର ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ସେ ଚିନ୍ତାରେ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ବିଅଁଳ ଗତେଶ୍ୱର ମହାଦେବ ଆଶୀର୍ବାଦ ରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଛନ୍ତି । ସେହି ଦିନ ଠାରୁ ବଳରାମ ରଥ ଥାଲାସେମିଆ ଓ ଭୀର୍ଣ୍ଣକ୍ଷମ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ କରି ଆସୁଛନ୍ତି । ଜାହାଇ ଉଦାହରଣ ହେଉଛି ଜଣେ ଭୀର୍ଣ୍ଣକ୍ଷମଙ୍କୁ ଜଗତସିଂହପୁର ସାଂସଦ ଙ୍କ କରକମଳରେ ଏକ ବେଟାରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ପାୟ 30 ରୁ ଉର୍ଦ୍ଧ୍ବ ଭୀର୍ଣ୍ଣକ୍ଷମଙ୍କୁ ମଧ୍ୟ ସେ ଏହି ସାଇକେଲ ପ୍ରଦାନ କରିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ ତାଙ୍କର ଏହି ଉଦ୍ୟମ କୁ ପ୍ରଶଂସା କରାଯାଇଛି ।
Article Image
9