ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରିପବ୍ଲିକ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ପୁରୀ , 18/02/2026, ଉତ୍କଳ voice news - utkalvoicenews.com*( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ସାଧାରଣ ଲୋକଙ୍କ ସ୍ୱର ଓ ସ୍ୱାକ୍ଷର ହୋଇ ସର୍ବସାଧାରଣଙ୍କ ସମସ୍ୟା ର ସମାଧାନ ଦିଗରେ ଏକ ନୂତନ ପଦକ୍ଷେପ ଭାବେ ରାଜ୍ ମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ର ଚତୁର୍ଥ ସଦସ୍ୟ ଭାବରେ ରିପବ୍ଲିକ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ କୁ ପାଥେୟ କରି ଶ୍ରୀକ୍ଷେତ୍ର ପୁରୀ ରୁ ଏହି ଶିଶୁ ସମ୍ବାଦ ପତ୍ର ଟି ତାର ଜୟଯାତ୍ରା ଆରମ୍ଭ କରିଛି। ଏହି ଭବ୍ୟ ଉତ୍ସବରେ ପରିଚାଳନା ନିର୍ଦ୍ଦେଶକ ତଥା ସମ୍ପାଦକ ଡଃ ରାଜେଶ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରଦିପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ
Article Image
ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ଜେନା, ବିଶିଷ୍ଟ ଆଇନଜୀବୀ ରଚିତା ରାଉତରାୟ , ସ୍ତମ୍ଭକାର ଅଶୋକ କୁମାର ଆଢ୍ୟ, ବରିଷ୍ଠ ଶିକ୍ଷାବିତ୍ ତଥା କବି ଡଃ ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଲଲାଟେନ୍ଦୁ ମିଶ୍ର ମଞ୍ଚ ସଂଚାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ବ୍ୟୁରୋ ହେଡ୍ ଲକ୍ଷ୍ମୀ ପ୍ରିୟା ଦେ,ସଦର ପ୍ରତିନିଧି ନମିତା ମଞ୍ଜରୀ ଶତପଥୀ, ନିମାପଡ଼ା ପ୍ରତିନିଧି ମଧୁସ୍ମିତା ସାହୁ ,ଗୋପ ପ୍ରତିନିଧି ବିଧୁ ଭୁଷଣ ନାୟକ, ନୁପୁର ପ୍ରିୟଦର୍ଶିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Article Image
ଓଡ଼ିଆ ସମ୍ବାଦପତ୍ର ଜଗତରେ ଚହଳ ସୃଷ୍ଟି କରିଥିବା ନିର୍ଭର ଯୋଗ୍ୟ ଶୁଭ୍ରମ ସମ୍ବାଦ ପତ୍ର ପରେ ଏହି ସାପ୍ତାହିକ ସମ୍ବାଦପତ୍ର ଟି ଓଡ଼ିଶାର ଜନସାଧାରଣ ଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବ । ଜନଗଣ ଙ୍କ ସ୍ୱର ହୋଇ ସମସ୍ୟା ସମାଧାନ ଦିଗରେ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବା। ଆଶା ପୋଷଣ କରୁଛି ସାମାଜିକ ସାଂସ୍କୃତିକ ତଥା ଅର୍ଥନୈତିକ ଅଭିବୃଦ୍ଧି ସାଧନ ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମ ଗ୍ରହଣ କରିବ।
7