ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଙ୍ଗାଧର ସ୍ୱାମୀ ଠିକାଦାର ସଂଘର ବୈଠକ ଅନୁଷ୍ଠିତ:ନୂତନ କର୍ମକର୍ତ୍ତା ଚୟନ

ବୁଗୁଡ଼ା, 18/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ସ୍ଥିତ ଜନ ସୁବିଧା କେନ୍ଦ୍ର ପରିସରରେ ‘ଗଙ୍ଗାଧର ସ୍ୱାମୀ ଠିକାଦାର ସଂଘ’ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସରକାରଙ୍କ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୂର୍ବରୁ ଠିକା କାର୍ଯ୍ୟ କ୍ଷେତ୍ରରେ ଥିବା ସୀମିତତା କୁ ସରକାର ଉଠାଇ ଦେଇଥିବାରୁ, ଏବେ ଏହା ‘ଅସୀମିତ’ ହୋଇପଡ଼ିଛି। ଏହାଦ୍ୱାରା ସ୍ଥାନୀୟ କ୍ଷୁଦ୍ର ଠିକାଦାରମାନେ ବ୍ୟାପକ କ୍ଷତି ସହିବାର ଆଶଙ୍କା ରହିଛି। ଓଡ଼ିଶା ଠିକାଦାର ସଂଘରୁ ମିଳିଥିବା ସୂଚନା ମୁତାବକ, ଏହି ସମସ୍ୟାର ସମାଧାନ ପାଇଁ ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୁଗୁଡ଼ା ବ୍ଲକର ସମସ୍ତ ଠିକାଦାର ଏହି ନିଷ୍ପତ୍ତିକୁ ମାନି ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ କରିଛନ୍ତି।ଏହି ଅବସରରେ ସଂଘର ସୁପରିଚାଳନା ନିମନ୍ତେ ନୂତନ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।ନୂତନ କର୍ମକର୍ତ୍ତା ମାନେ ହେଲେ ମାନସ ରଂଜନ ପ୍ରଧାନ ସଭାପତି,ସାଧାରଣ ସମ୍ପାଦକ ରାହୁଲ ବିଶୋଇ,କ୍ୟାସିଅର୍ (କୋଷାଧ୍ୟକ୍ଷ) ସୁଜନ କୁମାର ଦାସ ଏଥିସହ ନୀଳାଚଳ ପଣ୍ଡା, ବବୁଲ ନାୟକ, ସୁନିଲ୍ ପାଢ଼ୀ, ଦିଲ୍ଲୀପ ତ୍ରିପାଠୀ, ଅମରେନ୍ଦ୍ର ସେନାପତି ଏବଂ ରାଜାରାମ ନାୟକଙ୍କୁ ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ଠିକାଦାରମାନଙ୍କ ସ୍ୱାର୍ଥ ରକ୍ଷା ଓ ସରକାରୀ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବା ବୋଲି ନୂତନ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
Article Image
5