ଏରସମା, 19/02/2026, ଉତ୍କଳ voice news - utkalvoicenews.com( ଜିଲ୍ଳା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା।ସମଗ୍ର ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲା ଏରସମା ସ୍ଥିତ ଏରସମା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏଥିନେଇ ବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି ।ଏହି ପରୀକ୍ଷା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ପ୍ରକାଶ ପାଇଛି। ସକାଳ ୮ଟା ୩୦ ରୁ ଆରମ୍ଭ ହୋଇ ୧୧:୩୦ ରେ ଶେଷ ହୋଇଥିଲା। ଆଜି ପ୍ରଥମ ପରୀକ୍ଷା ଓଡ଼ିଆ/ ସାହିତ୍ୟ ଥିବାରୁ ନିର୍ଭୟ ରେ ଛାତ୍ର ଛାତ୍ରୀ ମାନେ ଆନନ୍ଦରେ ପରୀକ୍ଷା ଦେଇଥିଲେ।ପ୍ରଥମ ପରୀକ୍ଷା ଭଲ ହୋଇଛି ବୋଲି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି।