ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବା ଆଖଣ୍ଡଳମଣୀ କୁଜଙ୍ଗ ପରିବା ବ୍ୟବସାୟୀ ସଂଘର ସଭାପତି ସୋମନାଥ ଓ ସମ୍ପାଦକ ସନ୍ତୋଷ।

କୁଜଙ୍ଗ , 20/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଦୀର୍ଘ ବର୍ଷର ବ୍ୟବଧାନ ପରେ ହେଲା ପରିବା ବ୍ୟବସାୟୀ ସଂଘର ନିର୍ବାଚନ ପକ୍ରିୟା।ନିର୍ବାଚିତ ହେଲେ ନୂତନ ସଭାପତି ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା।ପରିବା ବ୍ୟବସାୟୀଙ୍କ ମୁହଁରେ ଫୁଟିଲା ହସ ଓ ସଙ୍ଘର ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ କଲେ ସମ୍ବର୍ଦ୍ଧନା।ବାବା ଆଖଣ୍ଡଳମଣୀ କୁଜଙ୍ଗ ବ୍ୟବସାୟୀ ପରିବା ସଂଘର ନୂତନ ସଭାପତି ହେଲେ ସୋମନାଥ ନାଥ ଓ ସମ୍ପାଦକ ହେଲେ ସନ୍ତୋଷ କୁମାର ରାଉତ।ତେବେ ଦୀର୍ଘ ବର୍ଷ ପରେ ବାବା ଆଖଣ୍ଡଳମଣୀ କୁଜଙ୍ଗ ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିର୍ବାଚନ ପକ୍ରୀୟା ଆରମ୍ଭ ହୋଇଥିବା ବେଳେ ପରିବା ବ୍ୟବସାୟୀଙ୍କ ମୁଁହରେ ଫୁଟିଛି ହସ।ମାତ୍ର ୩୪ଖଣ୍ଡ ଭୋଟ୍ ପାଇ ସୋମନାଥ ବାବା ଆଖଣ୍ଡଳମଣୀ ପରିବା ବ୍ୟବସାୟୀ ସଂଘ କୁଜଙ୍ଗର ସଭାପତି ହୋଇଥିବା ବେଳେ ସମ୍ପାଦକ ଭାବେ ସନ୍ତୋଷ କୁମାର ରାଉତ,କ୍ୟାସୀୟର ବାବାଜୀ ରାଉତଙ୍କୁ ସଙ୍ଘ ପକ୍ଷରୁ ଚୟନ କରାଯାଇଛି।କିପରି ଭାବରେ ଏହି ପରିବା ବ୍ୟବସାୟୀ ଭାଇ ମାନେ ଶାନ୍ତି ଶୃଙ୍ଖଳାର ସହ ବ୍ୟବସାୟୀ କରିବେ ଓ କିପରି ଏହି ପରିବା ହାଟର ସ୍ଵଚ୍ଛତା ବଜାୟ ରଖାଯିବ ସେ ଦିଗରେ ମତବ୍ୟକ୍ତ କରାଯାଇଛି।ଏହା ସହ ଯୁବ ସମାଜସେବୀ ସଞ୍ଜୀବ ବେହେରା ଓ କୁଜଙ୍ଗ ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ନୃସିଂହ ନାଥଙ୍କ ସମେତ ବାବା ଆଖଣ୍ଡଳମଣୀ ପରିବା ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି।
5