ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂତନ ବିଡିଓଙ୍କୁ କାଶୀପୁର ବ୍ଲକ କଂଗ୍ରେସର ପକ୍ଷରୁ ସ୍ୱାଗତ

ରାୟଗଡ଼ା / କାଶୀପୁର, 20/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ ନୂତନ ବିଡିଓ ଉମାଶଙ୍କର କୋୟାଙ୍କ ଯୋଗଦାନ ଅବସରରେ ତାଙ୍କ ଅଫିସରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆଙ୍କ ନିତୃତ୍ୱରେ ଦଳୀୟ କର୍ମୀମାନେ ବିଡିଓଙ୍କୁ ପୁଷ୍ପଗଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଜୁରୁ ମାଝୀ, ଅଗନ୍ଧ ନାଏକ,ଜଗବନ୍ଧୁ ମାଝୀ,ବୁଦ ଖୋସଲା, ମଣ୍ଟୁ ସାହୁ, ପରଦେଶୀ ମାଝୀ, ଲକ୍ଷ୍ମଣ ନାଏକ, ସଦନ ମାଝୀ (ମାନବିକ ଅଧିକାରୀ ସମ୍ପାଦକ, ରାୟଗଡା) ସହ ବିଭିନ୍ନ ପଞ୍ଚାୟତର ଅନେକ କର୍ମୀ ଉପସ୍ଥିତ ଥିଲେ। ସଭାରେ ଅଞ୍ଚଳର ସାର୍ବିକ ଉନ୍ନତି ଓ ସରକାରୀ ଯୋଜନାର ସଠିକ କାର୍ଯ୍ୟାନ୍ବୟନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସଭାପତି ଶ୍ରୀ ଦୁରିଆ ନୂତନ ବିଡିଓଙ୍କୁ ଅଞ୍ଚଳର ସମସ୍ତ ଲୋକମାନେ ସରକାରଙ୍କ ବିଭିନ୍ନ କଳ୍ୟାଣମୂଳକ ଯୋଜନାର ଲାଭ ପାଇପାରିବେ ବୋଲି ସଚେତନ ଏବଂ ସକ୍ରିୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବିଶେଷକରି ଗ୍ରାମୀଣ ପ୍ରାଥମିକ ସୁବିଧା, ଜଳ ବ୍ୟବସ୍ଥା, ସଡ଼କ ଓ ଶିକ୍ଷା-ଆରୋଗ୍ୟ ସେବାରେ ଗୁରୁତ୍ୱ ଦେବାକୁ ସେ ଉଲ୍ଲେଖ କରିଥିଲେ। ନୂତନ ବିଡିଓ ଉମାଶଙ୍କର କୋୟା ମଧ୍ୟ ସମସ୍ତଙ୍କ ସହଯୋଗ ଆଶା କରି ସରକାରୀ ଯୋଜନାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଆଶ୍ୱାସନ ଦେଇଥିଲେ। ସମନ୍ୱୟ ଓ ସହଯୋଗ ମାଧ୍ୟମରେ କାଶୀପୁର ବ୍ଲକର ସମଗ୍ର ଉନ୍ନତି ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।
4