ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ ଜିଲା ଶାଖାର ସମ୍ମିଳନୀ

ଜଗତସିଂହପୁର, 20/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ବ୍ଳକ ଅନ୍ତର୍ଗତ ଆଳିପିଙ୍ଗଳ ବାଲିଘାଇ ଠାରେ ଜାତୀୟ ମାନବର ସାମାଜିକ ନ୍ୟାୟ ପରିଷଦ ଜିଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଚନ୍ଦ୍ରକାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ପରିଷଦର ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ଅନ୍ତର୍ଯ୍ୟାମୀ ବଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜାତୀୟ ସାଧାରଣ ସମ୍ପାଦକ ସମୀମ୍ ଆରା ମୁସ୍ତାଫା, ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ଚେୟାରମ୍ୟାନ ଡକ୍ଟର ସ୍ୱର୍ଣ୍ଣମୟୀ ରାଉତ, ଓଜେୟ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ଡକ୍ଟର ସୌଦାମିନୀ ଦାଶ, ଯୋଗଦେଇ ଲୋକମାନଙ୍କର ମୌଳିକ ଅଧିକାର କିଭଳି କ୍ଷୁଣ୍ଣ ନ ହେବ ସେଠି ପାଇଁ ସଂଗଠନ ତତ୍ପର ରହିବା ସହିତ ଜଗସିଂହପୁର ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ଓ ସାଧାରଣ ଜନତାଙ୍କ ସେବାକୁ ଜାରି ରଖିବାକୁ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବାଲେଶ୍ଵର ଜିଲା ସଭାପତି ବିଶ୍ୱଜିତ ବେହେରା,ଯାଜପୁର ଜିଲା ସଭାପତି ଆଶିଷ ରାଉତ,ପୁରୀ ସଭାପତି ଜୟଶ୍ରୀ ପାତ୍ର ଙ୍କ ସହ ରାଜ୍ୟ ଓ ଜିଲ୍ଲା ର୍ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ସମାଜସେବୀ ଭଗବାନ ସ୍ବାଇଁ ମଂଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ
Article Image
କରିଥିବା ବେଳେ ଅନୁଷ୍ଠାନର ଲିଗାଲ ଆଡଭାଇଜର ଆଇନଜୀବୀ ପ୍ରମିଳା ମହାରାଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟଅତିଥି ସମସ୍ତ ରାଜ୍ୟ ଓ ବ୍ଲକକାର୍ଯ୍ୟକର୍ତାଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ବନ୍ଧିତ କରିଥିଲେ । ରାଜ୍ୟର ବିଭିନ୍ନ ଜିଲା ଓ ବ୍ଳକର କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।
Article Image
Article Image
34