ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ କୁଜଙ୍ଗ ବିଡ଼ିଓଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।

କୁଜଙ୍ଗ , 26/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମଟି ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ଵରେ ହୋଇଥିବା ବେଳେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ନାରାୟଣ ପ୍ରାସାଦ ସାହୁ,ଅଭିମନ୍ୟୁ ନାୟକ,ଉପସଭାପତି ଛବିନ୍ଦ୍ର ସ୍ବାଇଁ,ସବିତା ମହାପାତ୍ର,ଭାରତୀ ମିଶ୍ର,ଜିବନାନନ୍ଦ ଅଧିକାରୀ,ନିରୂପମା ମହାପାତ୍ର,ଅଞ୍ଜନା ମିଶ୍ରଙ୍କ ସମେତ ଶତାଧିକ ସଂଖ୍ୟାର ଭତ୍ତା ହିତାଧିକାରୀ ମାନେ ଉପସ୍ଥିତ ଥିଲେ।ତେବେ ରାଜ୍ୟରେ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଥିବା ବେଳେ ବିଭିନ୍ନ ବର୍ଗର ଭତ୍ତା ହିତାଧିକାରୀ ତଥା ବୃଦ୍ଧ,ବୃଦ୍ଧା,ଭିନ୍ନକ୍ଷମ,ଦିବ୍ୟାଙ୍ଗ,କଳାକାର ଓ ଅସହାୟ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମାତ୍ର ଏହି ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟିର ନେତା ମାନେ ଦେଇଥିବା ପ୍ରତିଶୁତି ଅନୁସାରେ ୩ହଜାରରୁ ୩ହଜାର ୫ଶହ ଟଙ୍କା ସମସ୍ତ ଭତ୍ତା ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିବା ପାଇଁ ଆଜି ବିଡ଼ିଓଙ୍କ ଜରିଆରେ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଶତାଧିକ ସଂଖ୍ୟାର ବୃଦ୍ଧ ବୃଦ୍ଧା ମାନଙ୍କୁ ନେଇ କୁଜଙ୍ଗ ବ୍ଲକ ଫାଟକ ସମ୍ମୁଖରେ ବର୍ଷିବା ସହ ଦର ଦାମ ବୃଦ୍ଧିକୁ ନେଇ ଅନ୍ୟ ରାଜ୍ୟ ଗୁଡ଼ିକ ତଥା କେରଳ,ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶ,ଦିଲ୍ଲୀ,କର୍ଣ୍ଣାଟକ,ତେଲେଙ୍ଗାନା,ହରିଆୟାନ ୩ହଜାରରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଆଇନ୍ ବଳରେ ଭତ୍ତା ଦିଆ ଯାଉଥିବା ବେଳେ କାହିଁକି ଓଡ଼ିଶା ସରକାର ବୃଦ୍ଧି କରୁନାହାନ୍ତି ବୋଲି ନିଜ ବକ୍ତ୍ୟବରେ ବର୍ଷିଥିଲେ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତିର ସଦସ୍ୟ ମାନେ।ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଦାବୀ ପୂରଣ ନ କରନ୍ତି ତାହେଲେ ହଜାର ହଜାର ସଂଖ୍ୟାର ଭତ୍ତା ହିତାଧିକାରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Article Image
Article Image
1