ଯାଜପୁର, 21/02/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ଛକ ଠାରେ ଆଜି ସନ୍ଧ୍ୟା ସାତ ଘଟିକା ସମୟରେ ବଡ଼ଚଣା ଯୁବ ସଂଗଠନ ପକ୍ଷରୁ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ବରିଷ୍ଠ ଜନନେତା ସ୍ବର୍ଗତ କାହ୍ନୁ ଚରଣ ଲେଙ୍କା ଙ୍କ ଶୋକ ସଭା ଓ ସ୍ମୃତି ଚାରଣ ସଭା ଅନୁତିଷ୍ଟ ହୋଇ ଅଛି ଏହି ସଭାକୁ ପରିଚାଳନା କରିଥିଲେ ଯୁବ ନେତା ଓ ସମାଜ ସେବୀ ଦୀପକ ସାହୁ ଅନ୍ୟ ମାନଙ୍କ ମଧ୍ୟରେ ମାନସ କୁମାର ଜେନା,ଡମ୍ବରୁଧର ମଲ୍ଲିକ,ବିକ୍ରମ ଖଟୁଆ,କାର୍ତ୍ତିକ ମହାରଣା,ସିଲୁ ନାୟକ,ବିଶ୍ବରଂଜନ ମହାନ୍ତି,ସତ୍ୟପ୍ରକାଶ ଓଝା,କିରଣ କୁମାର ସାହୁ,ସାଗର ସାହାଣୀ ପ୍ରମୁଖ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ କହିଲେ ସ୍ବର୍ଗତ କାହ୍ନୁ ଚରଣ ଲେଙ୍କା କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ଅନେକ କାର୍ଯ୍ୟ ଦେଶରେ କରିଛନ୍ତି ତାଙ୍କୁ ଆମେ ସମସ୍ତେ ମନେ ରଖିବା ଉଚିତ