ଏରସମା, 21/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ମଠସାହି ଆଶ୍ରମ ବିଦ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ମଠସାହି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଏରସମା ବ୍ଲକ୍ ସଂପ୍ରସାରଣ ଅଧିକାରୀ ଗୁରୁ ପ୍ରସନ୍ନ ସାହୁ
ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟବକ୍ତା ଭାବେ ମାର୍କଣ୍ଡ ବିଦ୍ୟାମନ୍ଦିର ଗଡହରିଶପୁର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଯୋଗଦେଇ ଛାତ୍ରୀମାନେ ଶ୍ରୃଂଖଳିତ,ସମୟାନୁବର୍ତ୍ତୀତା ଓ ଅଧ୍ୟବସାୟୀ ହେଲେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ନୀତଲାଲ୍ ଜେନା ,ଗାରିଆ କ୍ଲଷ୍ଟର ସିଆରସିସି ମିତାଲାଲ୍ ଯୋଗଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ। ଏହି ଉତ୍ସବକୁ ମଠସାହି ଆଶ୍ରମ ବିଦ୍ୟାଳୟର ଶିକ୍ଷକ ନରସିଂହ ମହାପାତ୍ର, ପ୍ରିୟରଞ୍ଜନ ଡିଗ୍ରୀ, ଜ୍ୟୋତି ରଞ୍ଜନ ନାୟକ, ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ଶଶ୍ମିତା ସତପଥି , ଲକ୍ଷ୍ମୀପ୍ରିୟା ମାଇତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହାପରେ କୁନିକୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।