ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ବତୀ ଶିଶୁମନ୍ଦିର, ଟିକିରିରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

କାଶୀପୁର, 21/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଟିକିରି ସ୍ଥିତ ସରସ୍ବତୀ ଶିଶୁମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗରିମାମୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଓ ଲେଖକ ନିରଞ୍ଜନ ନାୟକ, ସଭାପତି ଶ୍ରୀମତୀ ସରଜନୀ ନନ୍ଦ ଓ ସମ୍ପାଦକ ପଦ୍ମନାଭ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ତାଙ୍କର ଉଦ୍ବୋଧନରେ ମାତୃଭାଷାର ଗୁରୁତ୍ୱ, ଏହାର ସୁରକ୍ଷା ଓ ପ୍ରଚାର-ପ୍ରସାର ଉପରେ ଆଲୋକପାତ କରି ଶିଶୁମାନଙ୍କୁ ନିଜ ଭାଷା ପ୍ରତି ଗର୍ବବୋଧ ଓ ସମ୍ମାନ ବଢ଼ାଇବାକୁ ଆହ୍ୱାନ କରିଥିଲେ। ମାତୃଭାଷା ମାଧ୍ୟମରେ ଶିକ୍ଷା ଦ୍ୱାରା ଶିଶୁମାନଙ୍କ ସୃଜନଶୀଳତା ଓ ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ବୋଲି ସେମାନେ ଉଲ୍ଲେଖ କରିଥିଲେ।
Article Image
କାର୍ଯ୍ୟକ୍ରମରେ ଶିଶୁମାନଙ୍କ ମଧ୍ୟରେ ମାତୃଭାଷା ଆଧାରିତ ଲେଖନ, ଅଭିଭାଷଣ, କବିତା ପାଠ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜେତା ଶିଶୁମାନଙ୍କୁ ଅତିଥିମାନଙ୍କ ହସ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ଶିଶୁମାନଙ୍କ ଦ୍ୱାରା ପଥସଞ୍ଚଳନ ଆୟୋଜିତ ହୋଇ ମାତୃଭାଷା ପ୍ରତି ସଚେତନତାର ସନ୍ଦେଶ ପ୍ରସାର କରାଯାଇଥିଲା।
Article Image
ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୁଷ୍ପକେତୁ ସାହୁଙ୍କ ତତ୍ତ୍ୱାବଧାନରେ ସମସ୍ତ ଗୁରୁଜୀ ଓ ଗୁରୁମାମାନେ କାର୍ଯ୍ୟକ୍ରମକୁ ସୁସଂଘଟିତ ଭାବେ ସମ୍ପାଦନ କରିଥିଲେ। ସମଗ୍ର ପରିବେଶ ମାତୃଭାଷା ପ୍ରେମରେ ଉଜଳିତ ହୋଇଥିବା ଦେଖିବାକୁ ମିଳିଥିଲା |
5