ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରଜଙ୍ଗ ବ୍ଲକ ତିନି ନଂ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ, ଚାଷୀମାନଙ୍କ ଉପରେ ଅତ୍ୟାଚାର ଓ ଆମେରିକା ପାଖରେ କେନ୍ଦ୍ର ସରକାରଙ୍କ ନତମସ୍ତକକୁ ନିନ୍ଦା

ଢେ଼ଙ୍କାନାଳ / ପରଜଙ୍ଗ , 21/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ପରଜଙ୍ଗ ବ୍ଲକ ତିନି ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମ ଠାରେ ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
35