ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନର ଦାବି ପୂରଣ ହୋଇଛି

ଜଗତସିଂହପୁର, 21/02/2026, ଉତ୍କଳ voice news - utkalvoicenews.com( ଓମ ଦାସ ଙ୍କ ରିପୋର୍ଟ ) :
Article Image
ଚଳିତ ବର୍ଷ ୨୦୨୬-୨୭ ଅଧିବେଶନ ରେ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାରେ ଏକ ବିଶ୍ବବିଦ୍ୟାଳୟ ଓ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଏବିଭିପି ଜଗତସିଂହପୁର ତରଫରୁ ବିଗତ ୨୦୨୩ ମସିହାରୁ ଜିଲ୍ଲାରେ ଏକ ବିଶ୍ବବିଦ୍ୟାଳୟ ଓ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଦାବି ଓ ଆନ୍ଦୋଳନ କରାଯାଇଥିଲା। ଆଜି ସେ ଦାବି ପୂରଣ ହୋଇଛି। ଏଥିପାଇଁ ଜିଲ୍ଲା ର ବିଦ୍ୟାର୍ଥୀ ମାନେ ଆନନ୍ଦିତ ହୋଇଉଠିଛନ୍ତି। ଏବିଭିପି ଜଗତସିଂହପୁର ଜିଲ୍ଲା ସଂଯୋଜକ ତଥା ଏସ୍ ଏଫ୍ ଡି ରାଜ୍ୟ ସହ ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି ଓ ପୂର୍ବତନ ଜିଲ୍ଲା ପ୍ରମୁଖ ମନ୍ମନ୍ଥ କୁମାର ପୃଷ୍ଟି , ପୂର୍ବତନ ଜିଲ୍ଲା ସଂଯୋଜକ ବିଶ୍ୱଜିତ୍ ପାତ୍ର,କେ. ବି. ପ୍ରୀୟତୋଷ, ଜ୍ୟୋତି ରଞ୍ଜନ,ଏବିଭିପି କାର୍ଯ୍ୟକର୍ତ୍ତା ଅବିନାଶ ଲେଙ୍କା, ଭବତୋଷ, ଭବରଞ୍ଜନ ବେହେରା ସରକାର ଙ୍କ ଏହି ଘୋଷଣା କୁ ସ୍ବାଗତ ଜଣଇଛନ୍ତି।। ଜିଲ୍ଲା ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି କହିଛନ୍ତି ଯେ ବିଶ୍ଵବିଦ୍ୟାଳୟ ଖୋଲିବା ସ୍ବାଗତ ଯୋଗ୍ୟ କିନ୍ତୁ ଗୁଣାତ୍ମକ ଶିକ୍ଷା କେଉଁଭଳି ଭାବରେ ଛାତ୍ର ଛାତ୍ରୀ ମାନେ ପାଇବେ ଏହି ପ୍ରତି ସରକାର ଧ୍ୟାନ ଦେବା ଉଚିତ୍। ଏବିଭିପି ର ପୂର୍ବତନ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ ମହାରଣା, ସର୍ବେଶ୍ଵର ବଳିୟାର ସିଂ, ଶଶାଙ୍କ ଶେଖର ପଣ୍ଡା, ଡକ୍ଟର ପ୍ରକାଶ ଦଳେଇ, ବଳରାମ ଦଳେଇ, ଯଜ୍ଞଦତ୍ତ ସାହୁ ପ୍ରମୁଖ ସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।।
3