ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ

ଜଗତସିଂହପୁର, 22/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି ଅବସର ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ବରିଷ୍ଠ ନାଗରିକ ମାନେ ଆମ ପାଇଁ ଚିର ନମସ୍ୟ। ସେମାନଙ୍କ ର ସୁରକ୍ଷା ଓ କଲ୍ୟାଣ ଆମ ସମସ୍ତଙ୍କର କର୍ତ୍ତବ୍ୟ। ବର୍ତ୍ତମାନ ସମୟରେ ସମାଜ ରେ ପୁଅ ଝିଅ ମାନେ ବୃଦ୍ଧ ପିତାମାତା ଙ୍କ ଯତ୍ନ ନ ନେଇ ବୃଦ୍ଧାଶ୍ରମ ରେ ଛାଡି ଦେଉଛନ୍ତି। ତେଣୁ ପିତାମାତା ଏବଂ ବରିଷ୍ଠ ନାଗରିକ ଙ୍କ ରକ୍ଷଣା ବେକ୍ଷଣ ଓ କଲ୍ୟାଣ ଆଇନ, ୨୦୦୭ ଉପରେ ଆଲୋକପାତ କରିବା ସହ ଆଇନ କାର୍ଯ୍ୟକାରୀ କରୁଥିବା ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ହେବାପାଇଁ ଉପଦେଶ ଦେଇଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବି ଶ୍ରୀ ସଲିଲ ଘୋଷ , ଭଜହରି କର ମଧ୍ୟ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଇ ଶାସନ ପରିଚାଳକ ଶ୍ରୀ ଅରବିନ୍ଦ ଆଚାର୍ଯ୍ୟ, ସାଇବର ଥାନା ଡି ଏସ ପି ଶ୍ରୀମତୀ ସବିତା ପରିଡ଼ା ସାଇବର ଠକେଇ ଓ ସଚେତନତା ବିଷୟରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ ମ୍ୟାନେଜର ରାଜଲକ୍ଷ୍ମୀ ମହାନ୍ତି ବ୍ୟାଙ୍କ୍ ରେ ବରିଷ୍ଠ ନାଗରିକ ଙ୍କ ସୁବିଧା ସଂପର୍କିତ ସଚେତନତା ର ବାର୍ତ୍ତା ଦେବାବେଳେ ସି ଏଚ ସି ର ଜିଲ୍ଲା ସଂଯୋଜକ ଦୀପକ ଦାସ ଆୟୁଷ୍ମାନ ଭାରତ ଓ ବୟୋବନ୍ଦନା ସ୍ବାସ୍ଥ୍ୟ କାର୍ଡ ସମ୍ବନ୍ଧରେ ସୂଚନା ଦେଇଥିଲେ। ବରିଷ୍ଠ ନାଗରିକ ମହାମଞ୍ଚ ର ସଭାପତି ଶ୍ରୀ ନିକୁଞ୍ଜ କିଶୋର ବେହେରା ବରିଷ୍ଠ ନାଗରିକ ମାନଙ୍କ ର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ।
Article Image
Article Image
4