ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଞ୍ଚଳିକ ପୂଜ୍ୟ ପୂଜା ପକ୍ଷରୁ ବସନ୍ତ ବିଳାସ

ଏରସମା, 22/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ପକ୍ଷରୁ ବସନ୍ତ ବିଳାସ ଆସର ଏରସମା ମକରଧ୍ଵଜ ଶିଳ୍ପ ତାଲିମ୍ କେନ୍ଦ୍ରଠାରେ ପୂଜ୍ୟ ପୂଜl ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ସମ୍ପାଦକ ମହେଶ୍ୱର ସ୍ୱାଇଁଙ୍କ ତତ୍ତ୍ୱlବଧାନରେ ତଥା ସଂସଦ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ନାଟ୍ୟକାର ପ୍ରଶାନ୍ତ କୁମାର ସେଠୀ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକମଞ୍ଚ ପ୍ରବକ୍ତା ଅରୂପାନନ୍ଦ ସ୍ୱାଇଁ ଯୋଗଦେଇ ବସନ୍ତ ଶ୍ରେଷ୍ଠ ରସ ଉତ୍ପନ୍ନର ଆବାହକ ଓ ବସନ୍ତ ହିଁ କବି ଭାବୁକ ମାନଙ୍କୁ ଖୋରାକ ଯୋଗାଏ ବୋଲି ଅଭିବ୍ୟକ୍ତି ରଖିଥିଲେ l ଆଲୋଚନାରେ ଭାଗ ନେଇଥିଲେ ସଂସଦ କାର୍ଯ୍ୟକାରୀ ସଭାପତି ଡ. ବସନ୍ତ ମଞ୍ଜରୀ ଦାସ, ଉପସଭାପତି ହୃଷିକେଶ ଜେନା, ଶିକ୍ଷକ ଦିଲ୍ଲୀପ ମହାନ୍ତି l ଏହି ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଆଗାମୀ ମାର୍ଚ୍ଚ ସାତ ତାରିଖରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର ସିଦ୍ଧାନ୍ତ ନିଆଯାଇଥିଲା l ପରିଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷିକା ରଞ୍ଜିତl ମହାନ୍ତି l
4