ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ଲକ କଂଗ୍ରେସ କମିଟି ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଏରସମା, 23/02/2026, ଉତ୍କଳ voice news - utkalvoicenews.com( ଜିଲ୍ଳା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତ ଅଧିନସ୍ଥ ଧୋବେଇ ଗ୍ରାମରେ ଥିବା ମା ଚାର୍ଚଖାଇ ଙ୍କ ମନ୍ଦିର ପ୍ରାଙ୍ଗଣରେ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପିନାୟକ୍ ନାରାୟଣ ଦାସ ଙ୍କ ସଭାପତିତ୍ବ ରେ ୫୬ ଜଣଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଅଛି।ଉକ୍ତ ସଭାରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ନେତା ଶ୍ରୀଯୁକ୍ତ ନଳିନୀ କୁମାର ସ୍ଵାଇଁ, ସମାଜସେବୀ ତଥା ପୂର୍ବତନ ପିସିସି ସଭ୍ୟ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଲ( ମୁନା ବାବୁ) ଉପସ୍ଥିତ ରହିଥିଲେ।ବ୍ଲକ କଂଗ୍ରେସ ତରଫରୁ କୋଷଧ୍ୟକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ସମିତ ୫୧ ଜଣିଆ କମିଟି ଗଠନ କରାଯାଇଛି। ସେଥି ମଧ୍ୟରୁ ୮ ଜଣଙ୍କୁ ଭାଇସ ପ୍ରେସିଡେଣ୍ଟ, ୧୪ ଜଣ ଜେନେରାଲ ସେକ୍ରେଟାରୀ,୧୫ ଜଣଙ୍କୁ ସେକ୍ରେଟାରୀ,୦୯ ଜଣଙ୍କୁ advisiory commit ଓ ୪ ଜଣଙ୍କୁ ଜୋନ ପ୍ରେସିଡେଣ୍ଟ ଭାବେ ଗଠନ କରାଯାଇଛି।ଆସନ୍ତା ପଂଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଆଜିର ପ୍ରଥମ ବୈଠକ ପରେ ପ୍ରତି ପଞ୍ଚାୟତ ରୁ କିପରି ସାଂଗଠାନିକ ଭାବେ କର୍ମୀ ମାନଙ୍କୁ ନେଇ କାର୍ଯ୍ୟ କାରୀ ହେବ ସେଥି ପାଇଁ ସମସ୍ତ୍ରେ ସଂକଳ୍ପ ନେଇଥିଲେ। କର୍ମୀ ମାନଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରତିଟି ମୁହର୍ତ୍ତରେ ଏରସମା ବ୍ଲକ କଂଗ୍ରେସ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପିନାକୀ ନାରାୟଣ ଦାସ ପ୍ରକାଶ କରିଛନ୍ତି। ଶେଷରେ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।
Article Image
Article Image
5