ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଗ୍ରଗାମୀ ସ୍କୁଲ ମୁକ୍ତ ଜ୍ଞାନ କୁଟୀର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡ଼ା, 23/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ତା ୨୨.୦୨.୨୦୨୬ ରିଖ ଅପରାହ୍ନ ରେ ଅଗ୍ରଗାମୀ କାମ୍ପସ ଠାରେ ଅଗ୍ରଗାମୀ ସ୍କୁଲ ସ୍କୁଲ ମୁକ୍ତ ଜ୍ଞାନ କୁଟୀର ୨୦ ତ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚନ୍ଦ୍ରଭାଷ ଚୌଧ୍ରି ଜାତୀୟ ସ୍ତରୀୟ ଅତି ଜଣାଶୁଣା ଇଁରାଜୀ ଲେଖକ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବାସୁଦେବ ସୁନାନି ଓଡ଼ିଶାର ଅତି ଜଣାଶୁଣା ଲେଖକ, ଶ୍ରୀମତୀ ସୁମନି ଝୋଡିଆ ଜାତି ଏବଂ ଝିଅ ପିଲାଙ୍କ ଶିକ୍ଷା ପାଇଁ ସଂଗ୍ରାମ ଜାରି ରଖିଥିବା , ଆମ ସଂଗଠନ ସଭାପତି ତଥା ବିଦ୍ୟାଳୟର ସଭାପତି, ଶ୍ରୀଯୁକ୍ତ ବିରଞ୍ଚି କୁମାର ସେଠୀ, ସି ଆର ସି, କାଶିପୁର ତଥା ଅଗ୍ରଗାମୀ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଅଚ୍ୟୁତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରମ୍ଭରେ ଅଗ୍ରଗାମୀ ସହ ନିର୍ଦ୍ଦେଶିକା ଶ୍ରୀମତୀ ବିଦ୍ୟା ଦାସ ଙ୍କ ଉଦ୍ୟମରେ କାଶିପୁର ବ୍ଲକ ରେ ଉଦାହରଣ ସାଜିଥିବା ବିଦ୍ୟାଳୟର ପ୍ରଗତୀ ଉପରେ ଆଲୋକପାତ କରିଥଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କନକ ମଣି ଦାସ ବିଦ୍ୟାଳୟର ବାର୍ଷିକ ବୀବରଣୀ - ୨୦୨୬ ପାଠ କରିଥିଲେ। ପିଲାଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ ଯଥା ନବରଙ୍ଗପୁର ଢେମସା, ପୂରୁବ ଆକାଶେ ସକାଳ ଆସେ, ବଟର ଫ୍ଲାଇ, ଟୁଇଙ୍କିଲି ଟୁଇଙ୍କିଲି ଲିଟିଲି ଷ୍ଟାର, ଆସ ଆମେ ଖେଳିବା ଦୁଇହାତ ଟେକିବା ଇତ୍ୟାଦି ଦଳଗତ ନାଚ ପରିବେଷଣ କରିଥିଲେ। ଶେଷରେ ପରିବେଶ ଭିତ୍ତିକ ନାଟକ ଶୁଖିଲା ପତର ବିଦ୍ୟାଳୟର କୁନୀ କଳାକାରଙ୍କ ଦ୍ୱାରା ନାଟକ ମଞ୍ଚସ୍ତ ହୋଇଥିଲା। ଉକ୍ତ ନାଟକକୁ ଶ୍ରୀଯୁକ୍ତ ଧରଣୀଧର ମହାପାତ୍ର ମୟୂରଭଞ୍ଜ ର ଅଗ୍ରଗାମୀ ର ପୁରାତନ କର୍ମୀ ସଂଯୋଜନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ତବଲାରେ ସହଯୋଗ କରିଥିଲେ ଶ୍ରୀଯୁକ୍ତ ସୁବ୍ରତ କୁମାର ବାରିକି ମୟୂରଭଞ୍ଜ। ତଲଗତ ନାଟକକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶ୍ରୀ ଗୀତାଞ୍ଜଳି ନାଏକ, ସୁଶ୍ରୀ ସୁଷମା ମାଝୀ ଏବଂ ଶ୍ରି ଲିମା ମାଝୀ ନିର୍ଦ୍ଦେଶନା ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅତୁଲ କୁମାର ନାୟକ ପରିଚାଳନା କରିଥଲେ। ଉକ୍ତ ବାର୍ଷିକ ଉତ୍ସବ କୁ ଦେଖିବାପାଇଁ ଆଖ ପାଖରୁ ୩୧୫ ଜଣ ଅଭିଭାବକ ତଥା ଗାଁ ଲୋକ ଯୋଗଦେଇଥିଲେ। ଶେଷରେ ଶ୍ରୀ ଲିମା ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।
Article Image
Article Image
Article Image
5