ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗେଙ୍ଗୁଟିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ସତ୍ୟନାରାୟଣଙ୍କ ବାର୍ଷିକ ଉତ୍ସବ

ଢେଙ୍କାନାଳ, 23/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ସ୍ଥ ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ସତ୍ୟ ନାରାୟଣ ଜୀଉ ଙ୍କର ଚଳିତ ଫାଲ୍ଗୁନ୍ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହେଉଅଛି । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଠାକୁରଙ୍କ ୭ମ ଜନ୍ମୋତ୍ସବ ସହ ୧୮୯ତମ ବାର୍ଷିକ ପାଞ୍ଚରାତ୍ର ବାଦିପାଲା ଅନୁଷ୍ଠିତ ହେଉଅଛି । ଉକ୍ତ ଉତ୍ସବକୁ ଭାଇ ଚାରାର ସହ ଗଣପର୍ବରୂପେ ପାଳନ କରାଯାଉଅଛି । ସେଦିନ ପ୍ରାତଃ ଶ୍ରୀ ଜୀଉଙ୍କର ମହାସ୍ନାନ ପରେ ହୋମ ଯଜ୍ଞ ସହ ଦେବନୀତି ରେ ପୂଜା ହୋଇଅଛି । ପୁରୋଧା ସାନ୍ତନୁ ମିଶ୍ର, ସୁଶାନ୍ତ ରଥ ସହ ଦୈନିକ ପୂଜକ ନର ନନ୍ଦଙ୍କ ସମେତ ଠାକୁରଙ୍କ ମାର୍ଫତଦାର ଶ୍ରୀଯୁକ୍ତ ନବକିଶୋର ସାହୁ(ଅବସରପ୍ରାପ୍ତ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ)ସସ୍ତ୍ରୀକ ସହ କର୍ତ୍ତା ରୂପେ ଦେବନୀତିରେ ପୂଜା କାର୍ଯ୍ୟକ୍ରମ କରିଛନ୍ତି।ମଧ୍ୟାହ୍ନ ସମୟରେ ୪୦୦୦ ରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ଦିବା ୩ ଘଟିକା ଠାରୁ ଶ୍ରୀଜୀଉଙ୍କର ଚଳନ୍ତି ପ୍ରତିମା ଗ୍ରାମର ୧୦ଗୋଟି ୱାର୍ଡକୁ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଅଛି । ଠାକୁରଙ୍କର ଶୋଭା ଯାତ୍ରାରେ ଘଣ୍ଟୁଆଳ, ୭ଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ, ମାଦଳବାଜା, ଡିଜେ,ଲଉଡ଼ି ଖେଳ ସହ ନଗର ପରିକ୍ରମା ଓ ସଂଧ୍ୟା ସମୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ବ୍ୟବସ୍ଥା କରା ଯାଇଛି l ଏହି ସବୁ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ଗ୍ରାମ୍ୟ କମିଟି ସଦସ୍ୟ ବୃନ୍ଦ ଓ ଉପଦେଷ୍ଟା କମିଟିର ପ୍ରତ୍ୟେକ୍ଷ ଓ ପରୋକ୍ଷ ମାର୍ଗଦର୍ଶନରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଅଛି । ତା୨୪/୦୨/୨୬ ରିଖ ଠାରୁ ୨୮/୦୨/୨୬ ରିଖ ପର୍ଯ୍ୟନ୍ତ ବାଦି ପାଲା ଓଡ଼ିଶାର ସ୍ୱନାମଧନ୍ୟ ଗାୟକ ରସ ସାଗର ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା ଓ ଗାୟକ ସମ୍ରାଟ ଶ୍ରୀଯୁକ୍ତ କାଳୁ ଚରଣ ଦାସ ପ୍ରତ୍ୟେକ ସଂଧ୍ୟା ୭ ଘଟିକା ଠାରୁ ପାଲା ପରିବେଷଣ କରିବେ । ତା ୦୧/୦୩/୨୬ ରିଖ ଜୀଉଙ୍କ ମହାଶିରିଣି ଉତ୍ସବ ହେବାର କାର୍ଯ୍ୟକ୍ରମ ରହିଅଛି । ଉପଦେଷ୍ଟା କମିଟିର ସଦସ୍ୟ ପୂର୍ବତନ ସରପଞ୍ଚ ରଂଜନ କୁମାର ମଲ୍ଲିକ,ଅବସରପ୍ରାପ୍ତ ସରକାରୀ ବଡ଼ବାବୁ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହାଣୀ,ନିତ୍ୟାନନ୍ଦ ମଲ୍ଲିକ, ମୀନକେତନ ମଲ୍ଲିକ ଓ ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ରାଉତ ଓ ସହଯୋଗୀ ସଦସ୍ୟ, ୭ଟି ସାହିର ସଭାପତି, ଗ୍ରାମର ସ୍ୱେଚ୍ଛା ସେବକ ସଂଗଠନର ମୁଖ୍ୟ ଶ୍ରୀ ସୁନୀଲ୍ କୁମାର ସାହାଣୀ ସମେତ ଲାଇଟ୍ ସାଉଣ୍ଡର ଶ୍ରୀ ସର୍ବେଶ୍ଵର ସାହୁ(ଟୁକୁନ୍ ଭାଇ) ଓ ଟେଣ୍ଟ ହାଉସ୍ ର ଶ୍ରୀ ନିର୍ମଳ ମଲ୍ଲିକ(ହଳଧର)ସମସ୍ତଙ୍କ ଅକୁଣ୍ଠିତ ଚିତ୍ତରେ ସହଯୋଗ ଓ ସଦ୍ ଇଚ୍ଛା କାର୍ଯ୍ୟ କରୁଛନ୍ତି l କାର୍ଯ୍ୟକ୍ରମ କୁ ଶୃଙ୍ଖଳା ଓ ସୁପରିଚାଳିତ କରିବା ପାଇଁ ଗ୍ରାମ୍ୟ କମିଟିର ପ୍ରତ୍ୟେକ ସଦସ୍ୟ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l
21