ଜଗତସିଂହପୁର, 23/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :

ଜଗତସିଂହପୁର ଐତିହ ପଦଯାତ୍ରା ର୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମା ଶାରଳାଙ୍କ ପୀଠର ବଡ଼ପଣ୍ଡା ରଂଜନ କୁମାର ପଣ୍ଡା, ଭଗବାନ ଦାସଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଜିଲ୍ଲାର ଐତିହ୍ୟ, ପୁରାତନ ପୀଠ ଓ ସଂସ୍କୃତିକ ପରମ୍ପରା କୁ ଉଡିଜିବିତ ରଖିବା ପାଇଁ ଏହାକୁ ଆରମ୍ଭ କରାଯାଇ ଥିଲା ।
“ଜଗତସିଂହପୁର ଐତିହ ପଦଯାତ୍ରା”ର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଐତିହାସିକ ଓ ଧାର୍ମିକ ସ୍ଥାନ ସମ୍ପର୍କରେ ଆଲୋଚନା ସଭା, ପୂଜାର୍ଚ୍ଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ପଦଯାତ୍ରା ମାଧ୍ୟମରେ ଜଗତସିଂହପୁର ଜିଲ୍ଲାର ପୁରାତନ ମନ୍ଦିର, ପୀଠ ଓ ଐତିହ୍ୟବାହୀ ସ୍ଥାନଗୁଡ଼ିକ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ଓ ସଚେତନତା ବୃଦ୍ଧି କରାଯାଉଛି।
ଆୟୋଜକ ମାନଙ୍କ କହିବା ଅନୁସାରେ, ଏହି ପଦଯାତ୍ରା କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଐତିହ୍ୟ ସୁରକ୍ଷା ପ୍ରତି ସମାଜକୁ ସଚେତନ କରିବାର ଏକ ମଞ୍ଚ। ଯୁବପିଢ଼ୀଙ୍କୁ ନିଜ ଇତିହାସ ଓ ସଂସ୍କୃତି ସହିତ ଯୋଡ଼ିବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ଅତିଥିମାନେ କହିଛନ୍ତି ।