ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ରେ "ଆମେ ପଢ଼ିବା ଆମ ଭାଷାରେ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ l

ରାୟଗଡ଼ା, 24/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଓଡ଼ିଶା ସରକାରଙ୍କ ପ୍ରମୁଖ କାର୍ଯ୍ୟସୂଚୀ ‘ଆମେ ପଢ଼ିବା ଆମ ଭାଷାରେ’ ଅଧୀନରେ ରାୟଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ  ଅନୁସ୍ଥାପନା ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଅଶୁତୋଷ୍‌ କୁଲକର୍ଣ୍ଣୀଙ୍କ ଅଧକ୍ଷତାରେ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ହୋଇଥିଲା।
Article Image
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ମୀନତି ଦେଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା, ଅଭିଭାବକ, ପଞ୍ଚାୟତିରାଜ ସଦସ୍ୟ, ସୁପରଭାଇଜର, ସିଡିପିଓ , ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ଜିଲ୍ଲା ଅଭାନ୍ତରୁ ୬୦ ଜଣ ପକ୍ଷକାର ଅଂଶଗ୍ରହଣ କରିଥିଲେ।
Article Image
ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଅଶୁତୋଷ୍‌ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ତାଙ୍କ ମତରେ, ପ୍ରାରମ୍ଭିକ ଶିଶୁକାଳ ବିକାଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ। ମାତୃଭାଷାରେ ଶିକ୍ଷଣ ଶିଶୁମାନଙ୍କୁ ଆତ୍ମବିଶ୍ୱାସ ନିର୍ମାଣ କରିବା ଏବଂ ମଜବୁତ ମୂଳଭୂତ ଶିକ୍ଷଣ ନିଶ୍ଚିତ କରିବାରେ ସାହାଯ୍ୟ କରେ। ଜିଲ୍ଲାପାଳ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ, ସମୁଦାୟ ଅଂଶଗ୍ରହଣ ଏବଂ ଫ୍ରଣ୍ଟଲାଇନ୍‌ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ସମ୍ପୃକ୍ତତାର ଗୁରୁତ୍ୱ ଉପରେ ଦୃଢ଼ତାର ସହିତ କହିଥିଲେ ଏବଂ ଅଭିଭାବକ ଓ ପଞ୍ଚାୟତିରାଜ ସଦସ୍ୟଙ୍କୁ ଶିଶୁସନ୍ନିଧି ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ସମର୍ଥନ କରି ଉତ୍ସାହିତ କରିଥିଲେ।
Article Image
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ଆଦିବାସୀ ଶିଶୁମାନଙ୍କ ପାଇଁ ମାତୃଭାଷା ଆଧାରିତ ପ୍ରାରମ୍ଭିକ ଶିକ୍ଷାକୁ ମଜବୁତ୍ କରିବାକୁ ଲକ୍ଷ୍ୟ ରହିଛି । ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଏହି ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ୩-୬ ବର୍ଷ ଶିଶୁମାନଙ୍କ ପାଇଁ ସ୍ଥାନୀୟ ଆଦିବାସୀ ଭାଷାରେ ନୂଆ ଅରୁଣିମା ପାଠ୍ୟକ୍ରମ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ଯୋଡ଼ି ପ୍ରାରମ୍ଭିକ ଶିକ୍ଷଣକୁ ମଜବୁତ୍ କରିବାକୁ ଲକ୍ଷ୍ୟ ରହିଛି। ଏହା ଶିଶୁମାନଙ୍କୁ ବୁଝାଇବା କ୍ଷମତା, ଅଂଶଗ୍ରହଣ, ଆତ୍ମବିଶ୍ୱାସ ଏବଂ ବିଦ୍ୟାଳୟ ପ୍ରସ୍ତୁତିକୁ ବଢ଼ାଇବାରେ ସାହାଯ୍ୟ କରିବ।  ଏହି କାର୍ଯ୍ୟକ୍ରମରେ ଚୟନିତ ଅଙ୍ଗନବାଡ଼ି କେନ୍ଦ୍ରରେ କୁଭି ଭାଷାରେ ମାତୃଭାଷା ଆଧାରିତ କ୍ଲାସ୍‌ରୁମ୍‌ ବ୍ୟବହାରକୁ ମଜବୁତ୍ କରିବା, ଖେଳ ଆଧାରିତ ଶିକ୍ଷା, ପ୍ରାରମ୍ଭିକ ସାହିତ୍ୟ ଓ ସଂଖ୍ୟାବୋଧ ଏବଂ ସମୁଦାୟ ଅଂଶଗ୍ରହଣ ଉପରେ ବିଶେଷ ଗୁରୁତ୍ୱ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି ।ଉକ୍ତ କାର୍ଯ୍ୟକ୍ରମ ପିରମଲ୍‌ ଫାଉଣ୍ଡେସନ୍‌ ଦଳର ସକ୍ରିୟ ଅଂଶଗ୍ରହଣରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
11