ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିବପୁର ଓ ରଞ୍ଜାସିଂଘା, ଓଡାପଡା ବ୍ଲକରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଢେଙ୍କାନାଳ, 24/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ନଭ ଲିମିଟେଡ୍, ଖରଗପ୍ରସାଦ ତାଙ୍କର ସିଏସଆର (CSR) ପ୍ରୟାସର ଅଂଶ ଭାବେ ଓଡାପଡା ବ୍ଲକର ଶିବପୁର ଗାଁ ଏବଂ ରଞ୍ଜାସିଂଘା ଗାଁରେ କ୍ରମଶଃ ୨୧ ଫେବୃଆରୀ ଓ ୨୨ ଫେବୃଆରୀ ୨୦୨୬ ତାରିଖରେ ଦୁଇଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲେ। ଏହି ଶିବିରଗୁଡିକ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ମେଡିସିନ୍ ବିଶେଷଜ୍ଞ, ଶିଶୁ ଚିକିତ୍ସକ (ପିଡିଆଟ୍ରିସିଆନ୍) ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ (ଗାଇନେକୋଲୋଜିଷ୍ଟ) ସହିତ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ।
Article Image
ଶିବପୁର ଗାଁରେ ମୋଟ ୨୦୭ ଜଣ ଏବଂ ରଞ୍ଜାସିଂଘା ଗାଁରେ ୨୬୮ ଜଣ ରୋଗୀ ଏହି ଶିବିରରୁ ଲାଭାନ୍ବିତ ହୋଇଥିଲେ। ସମସ୍ତ ରୋଗୀଙ୍କୁ ନିଶୁଳ୍କ ଡାକ୍ତରୀ ପରାମର୍ଶ ଓ ଔଷଧ ବଣ୍ଟନ କରାଯାଇଥିଲା। ଏହି ଅବସରରେ ନାଭା ଲିମିଟେଡ୍‌ର ଉପାଧ୍ୟକ୍ଷ ଶ୍ରୀ ଭି. ରାଜଶେଖର ରାଓ କହିଥିଲେ ଯେ, କମ୍ପାନୀ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଓ ପ୍ରାଧାରଭୂତ ଢାଞ୍ଚା ଉନ୍ନତି କ୍ଷେତ୍ରରେ ସମୁଦାୟ ଉନ୍ନୟନ ପାଇଁ ପ୍ରତିବଦ୍ଧ ଅଛି ଏବଂ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନଙ୍କ ସହ ସମନ୍ୱୟ ରଖି ଅଧିକ କାର୍ଯ୍ୟକ୍ରମ କରାଯିବ।
5