ରାୟଗଡ଼ା, 25/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
ଦେଶରେ ଶ୍ରମିକ ମାନଙ୍କର ଦୀର୍ଘ ଦିନର ବିଭିନ୍ନ ସମସ୍ୟା ଓ ଦାବି ଗୁଡିକର ସମାଧାନ ପାଇଁ ଭାରତୀୟ ମଜଦୁର ସଂଘ ଆଜି ୨୫ ଫେବୃଆରୀ ୨୦୨୬ କୁ ସାରା ଦେଶରେ "ପ୍ରତିବାଦ ଦିବସ " ଭାବେ ପାଳନ କରୁଛି | ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଦିନ ୧୦.୩୦ ଘଣ୍ଟା ସମୟରେ ଏକତ୍ରିତ ହୋଇ ମାଁ କାଳୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ରାୟଗଡ଼ା ଜିଲ୍ଲା ସହାୟିକା ଜିଲ୍ଲାପାଳ ଲିପ୍ସା ପଟେଲଙ୍କୁ

ପ୍ରଦାନ କରାଯାଇଛି । ଭାରତୀୟ ମଜଦୂର ସଂଘ ର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ ଯୋଗ ଦେଇଥିବା ବେଳେ। ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ପଦ୍ମାଳୟା ସାହୁ , ଉଷା ରାଣୀ ଦାଶ , ମମତା ବିଶ୍ଵାଳ , ଗୀତାଞ୍ଜଳି ହିଆଲ , ସୁରେଶ ସାହୁ , ତମାଳ ସାହୁକାର , ନିରଞ୍ଜନ ସେନାପତି , ସୁନ୍ଦର ରାଓ କାଡାରାକା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ଼ ୱର୍କରର୍ସ ଆସୋସିଏସନ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ରାୟଗଡ଼ା ଜିଲ୍ଲା ସେକ୍ୟୁରିଟୀ ୟୁନିଅନ , ରାୟଗଡ଼ା ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ , ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଅଫିସରସ ଆସୋସିଏସନ୍ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ହଟେଇ କର୍ମଚାରୀ ସଂଘ , ଅଟୋ ଚାଳକ ସଂଘର ସମସ୍ତ ନେତୃବୃନ୍ଦ ସହ ଶ୍ରମିକ ଭାଇ ଭଉଣୀ ଯୋଗ ଦେଇଥିଲେ
ଦାବି ମଧ୍ୟରେ
୧. ଅନ୍ତୋଦୟ'ର ପ୍ରକୃତ ଭାବନା ଅନୁଯାୟୀ ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକଙ୍କ ପାଇଁ ଶ୍ରମ ଆଇନ କଡାକଡି ଭାବେ ଲାଗୁ କରାଯାଉ ।
୨.ଶିଳ୍ପ ସମ୍ପର୍କ କୋଡ୍ (Industrial Relations Code), ୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସ୍ଥିତି କୋଡ୍, ୨୦୨୦ ରେ ଥିବା ଶ୍ରମିକ ବିରୋଧୀ ନିୟମକୁ ତୁରନ୍ତ ସଂଶୋଧନ କରନ୍ତୁ ।
୩ . ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଶୀଘ୍ର 'ଭାରତୀୟ ଶ୍ରମ ସମ୍ମିଳନୀ' (Indian Labour Conference) କରନ୍ତୁ ଏବଂ ବିଭିନ୍ନ ତ୍ରିପାକ୍ଷିକ କମିଟିଗୁଡ଼ିକର ପୁନର୍ଗଠନ କରି ସେମାନଙ୍କର ନିୟମିତ ବୈଠକ କରନ୍ତୁ ।
୪.ସମସ୍ତ ସ୍କିମ୍ ୱାର୍କର (Scheme Workers) ମାନଙ୍କର ମାସିକ ପାରିଶ୍ରମିକ (honorarium) ବୃଦ୍ଧି କରାଯାଉ ।
8.EPS-95 ରେ ଥିବା ସର୍ବନିମ୍ନ ପେନ୍ସନ୍ ୧,୦୦୦ ଟଙ୍କାରୁ ୭,୫୦୦ ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା (Dearness Relief) ପ୍ରଦାନ କରାଯାଉ ।
୬ .NTC ମିଲ୍ଡ HEC ରାଞ୍ଚି, ITI, HMT ଇତ୍ୟାଦି PSUs (ସରକାରୀ ସଂସ୍ଥା) ଗୁଡ଼ିକରେ ବକେୟା ଥିବା ମଜୁରୀ ପ୍ରଦାନ କରାଯାଉ ।
୭. ବ୍ୟାଙ୍କିଙ୍ଗ୍ ଶିଳ୍ପରେ "୫-ଦିନିଆ କାର୍ଯ୍ୟ ସପ୍ତାହ" (5-day work week) ପ୍ରଚଳନ କରାଯାଉ ।
୮. ଶ୍ରମିକଙ୍କ ସୁବିଧା ପାଇଁ ESI ଏବଂ EPF ରେ ଥିବା ସୀମା (threshold limits) ବୃଦ୍ଧି କରାଯାଉ ।
୯ . ବର୍ତମାନର ମଜୁରୀ ସ୍ତର ସହିତ ସମାନତା ରଖ୍ ବୋନସ୍ ପ୍ରଦାନ ଆଇନ (Payment of Bonus Act), ୧୯୬୫ ଅନୁଯାୟୀ ବୋନସ୍ ସୀମା (Bonous Celling ) କୁ ବୃଦ୍ଧି କରାଯାଉ ।
୧୦. ଭାରତୀୟ ସମ୍ବିଧାନ ଧାରା ୧୪, ୧୫, ୧୬ ଏବଂ ୨୧ ଅନୁଯାୟୀ ସ୍କିମ୍ ୱାର୍କର ଏବଂ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ନିୟମିତ କରାଯାଉ ।
୧୧. ସାଧାରଣ ନିଯୁକ୍ତି ଉପରେ ଥିବା ନିଷେଧାଦେଶକୁ ତୁରନ୍ତ ହଟାଯାଇ ଚାକିରିର ସୁରକ୍ଷା ସହିତ ଗ୍ୟାରେଣ୍ଟିଯୁକ୍ତ ନିଯୁକ୍ତି ନିଶ୍ଚିତ କରନ୍ତୁ, ଯାହାଦ୍ବାରା ସେବା ସର୍ତାବଳୀ ରେ ଥିବା ଅନିଶ୍ଚିତତା ଏବଂ ଅସୁରକ୍ଷିତତା ଦୂର ହୋଇପାରିବ।
। ଆମେ ଆଶା କରୁଛୁ ଯେ ଆପଣ ଶ୍ରମିକମାନଙ୍କର ଏହି ନ୍ୟାଯ୍ୟ ଦାବିଗୁଡ଼ିକ ଉପରେ ଗୁରୁତ୍ବ ଦେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ।