ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ ସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା

ବୁଗୁଡ଼ା, 25/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ନିକଟସ୍ଥ ଦିବ୍ଯ ଦର୍ଶନ ଜରାଶ୍ରମ ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଆତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ବ୍ଲକ ସହକାରୀ ଉଦ୍ଯାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା, ମତ୍ସ୍ଯ ବୈଷୟିକ ସହାୟକ ସନ୍ଦିପରଞ୍ଜନ ସେଠୀ, ବି ଟି ଏମ୍ ଅମରେନ୍ଦ୍ର ମହାପାତ୍ର, ଭି ଏ ଏସ୍ ଡାକ୍ତର ସାଈଶିବ ଶତପଥି ,ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଚାରିଟେବୁଲଟ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ସାହୁ , ବିରଞ୍ଚିପୁର ପଞ୍ଚାୟତ ସମିତି ସଭ୍ଯା ପ୍ରତିନିଧ ସୀମାଞ୍ଚଳ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।କର୍ମଶାଳାରେ ନିଜ ନିଜ ବିଭାଗୀୟ ଅଧିକାରୀ ମାନେ ଉଦ୍ଯାନ , କୃଷି,  ମତ୍ସ୍ଯ ଓ ପଶୁସମ୍ପଦ ବିଭାଗ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ଏହାର ଉନ୍ନତମାନର ଚାଷ ପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହାର ଉପଦେୟତା ସଂପର୍କରେ ତାଲିମ ପ୍ରଦାନ କରି ସେଗୁଡିକର ଫାଇଦା ହାସଲ କରିବାକୁ ଚାଷୀ ମାନଙ୍କୁ ସଚେତନ କରାଇ ଥିଲେ ।ଶେଷରେ ଉଦ୍ଯାନ ସଂପ୍ରସାରଣ କର୍ମଚାରୀ ରାଜେଶ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ।ଏଥିରେ ଆଶ୍ରମର ଅରୁଣ କୁମାର ସାହୁ,ରାଜେନ୍ଦ୍ର କୁମାର ପ୍ରଧାନ, ନିରାକାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
Article Image
4