ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓରନାଳ ଗ୍ରାମରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଏରସମା, 25/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ମହାପ୍ରଭୁ ଜଗନ୍ନାଥଙ୍କ ଅପୂର୍ବ ମହିମା ଓ ଆଶୀର୍ବାଦ ଥିବାରୁ ଏରସମା ସ୍ଥିତ ଓରନାଳ ଗ୍ରାମବାସୀଙ୍କ ଦ୍ୱାରା ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହେଉ ଅଛି। ୨୩ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଭକ୍ତିମୟ ପରିବେଶରେ ମନ୍ଦିର ଖୁବ ଶୋଭା ପାଉଛି। ୨୪ ତାରିଖ କଳସ ଯାତ୍ରାରେ ଶହ ଶହ ପୁରୁଷ ମହିଳା ଜପା ତିଗିରିଆ ନଦୀରୁ ପୂର୍ଣ୍ଣ କଳସ ଜଳ ଆଣି ଏରସମା ବଜାର ପରୀକ୍ରମା କରି ବାଦ୍ୟ ସଂଗୀତ, ହୁଳହୁଳି ହରିବୋଳରେ କମ୍ପି ଉଠିଥିଲା। ଏହାପରେ ଯଥାଵିଧି ମନ୍ତ୍ରପାଠ ରେ ନୀତିକାନ୍ତି ସମସ୍ତ କାର୍ଯ୍ୟ ସମ୍ପାଦନ ପାଳନ ହେଉଛି। ସୂର୍ଯ୍ୟପୂଜା, ଗୋ ପୂଜା, ରୁଦ୍ରାଭିଷେକ, ବିଗ୍ରହ ମାନଙ୍କର ମହାସ୍ନାନ, ଶ୍ରୀ ବିଷ୍ଣୁଙ୍କ ସହଶ୍ର ନାମ ଯଜ୍ଞ, ଗୀତା ଯଜ୍ଞ, ତିନି ଠାକୁରଙ୍କୁ ରତ୍ନ ସିହାସନ ବିଜେ ୨୭ତାରିଖ ସନ୍ଧ୍ୟା ୭ଘଟିକା ସମୟରେ ସମାପନ ହେବ ଏବଂ ଏହାପରେ ନଗର କୀର୍ତ୍ତନ ୨୮ତାରିଖରେ ମହୋତ୍ସବ ପାଳନ ହେବ।
Article Image
ଏହି ଉତ୍ସବ ରେ ଓରନାଳ ଓ ଆଖପାକ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ମହତ କାର୍ଯ୍ୟକ୍ରମରେ ଓରନାଳ ଗ୍ରାମ ବାସୀଙ୍କ ମଧ୍ୟରେ ମହେଶ୍ଵର ସ୍ୱାଇଁ, ଶଶୀ ଭୂଷଣ ସ୍ୱାଇଁ, ଅଧୀର ସ୍ୱାଇଁ, ସୁଭାଷ ସ୍ୱାଇଁ, ବଲ୍ଳଭ ସ୍ୱାଇଁ, ବିଜୟ ନାୟକ,ସଚ୍ଚିଦାନନ୍ଦ ଲେଙ୍କା,ଗିରିଧାରୀ ସାହୁ, ଗୌରାଙ୍ଗ ସ୍ୱାଇଁ , ନରେନ୍ଦ୍ର ସ୍ୱାଇଁ,ତପନ ସ୍ୱାଇଁ, ସରୋଜ ପ୍ରସାଦ ସ୍ୱାଇଁ,କୁନୁ ମହାନ୍ତି, ପ୍ରବୀର ମହାନ୍ତି,ବିପିନ ଗୋଛାୟତ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।
5