ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗକୁ ଏନଏସି ଘୋଷଣା ଦାବି ▪️ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟିବ ସଚେତନ ନାଗରିକ ମଞ୍ଚ

କୁଜଙ୍ଗ , 26/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ନୂଆ ଏନଏସି ଘୋଷଣା କରିଥିବା ବେଳେ କୁଜଙ୍ଗ ବାଦ ପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି l ଏଥିନେଇ କୁଜଙ୍ଗ ଜନସାଧାରଣଙ୍କ ପକ୍ଷରୁ ଗଠିତ କୁଜଙ୍ଗ ସଚେତନ ନାଗରିକ ମଞ୍ଚର ଶତାଧିକ ଜନତା ଆସନ୍ତା ଶୁକ୍ରବାର ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟି ଏନଏସି ଘୋଷଣା ଦାବି କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦେବେ ବୋଲି ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି l ବୁଧବାର ସ୍ଥାନୀୟ ଲୋକନାଥ ଭବନ ଠାରେ ମଞ୍ଚର ବୈଠକ ବସିଥିଲା l ମଞ୍ଚ ଆବାହକ ଡକ୍ଟର ରଘୁନାଥ ସାହୁ ସୂଚନା ଦେଇଥିଲେ ଯେ , ଆସନ୍ତା ଶୁକ୍ରବାର ଶତାଧିକ କୁଜଙ୍ଗ ବାସିନ୍ଦା ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିବେ l ସୂଚନା ଯୋଗ୍ୟ , ପୂର୍ବ ନବୀନ ପଟ୍ଟନାୟକ ସରକାର କୁଜଙ୍ଗକୁ ଏନଏସି ଘୋଷଣା କରିଥିଲେ l ତେବେ ସାଧାରଣ ନିର୍ବାଚନରେ ମୋହନ ଚରଣ ମାଝୀଙ୍କ ସରକାର ଆସିବା ପରେ କୁଜଙ୍ଗ ଅଣଦେଖା ହୋଇଛି l କୁଜଙ୍ଗକୁ ଏନଏସି ଘୋଷଣା ଦାବିରେ ପାଞ୍ଚ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇ କୁଜଙ୍ଗ ତହସିଲ ଘେରାଉ କରାଯାଇଥିଲା l ତେବେ କୁଜଙ୍ଗ ବନ୍ଦ ଡାକରା ଦିଆଯାଇ ଥିବାରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆନ୍ଦୋଳନକାରି ମାନଙ୍କl ସହିତ ପାରାଦ୍ୱୀପ ସରକୀଟ ହାଉସ ଠାରେ ଆଲୋଚନା କରିଥିଲେ l ବିଭିନ୍ନ ପଂଚାୟତ ଅଧିବେଶନ ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଠିକ ହୋଇ ସରକାରଙ୍କୁ ପ୍ରଦାନ କରାଯିବା ପରେ ଆସନ୍ତା ତିନି ମାସ ମଧ୍ୟରେ ଏନଏସିଘୋଷଣା କରାଯିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ତେବେ ଇତି ମଧ୍ୟରେ ପାଞ୍ଚ ବିତି ଯାଇଛି l କୁଜଙ୍ଗର ସଠିକ ଭିତିଭୂମି ଓ ଯୋଗ୍ୟତା ଥାଇ ସମସ୍ତ ଆବଶ୍ୟକ କାଗଜ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ବ୍ଲକ କତୃପକ୍ଷ ପ୍ରକାଶ କରିଛନ୍ତି l କାଗଜ ପତ୍ର କାମ ଶେଷ ହୋଇଥିବା ବେଳେ କାହଁକି କୁଜଙ୍ଗକୁ ଏନଏସି ଘୋଷଣା କରାଯାଉନି ବୋଲି କୁଜଙ୍ଗ କୁହୁଳିବାରେ ଲାଗିଛି l ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବୁଧବାର ମଞ୍ଚ ବୈଠକରେ କୁଜଙ୍ଗ ଓକିଲ ସଂଘ ସମ୍ପାଦକ ବ୍ରଜକିଶୋର ରାଉତ , ଯୁବନେତା ସୁବାଷ ମହାପାତ୍ର , ସୌଭାଗ୍ୟ ବିଶ୍ୱାଳ , ସୁଶାନ୍ତ ଦାସ , ବିକ୍ରମ ନାରାୟଣ ଦାସ , ଅରୁ ପ୍ରସାଦ ମହାନ୍ତି , ଦିଲୀପ ମହାନ୍ତି , ବରିଷ୍ଠ ନାଗରିକ ମଞ୍ଚ ସଭାପତି ବାବୁରାମ ଚୌଧୁରୀ , ରଶ୍ମି ରଞ୍ଜନ ଦାସ , ଦିପୁ ରାଉତ , ବରିଷ୍ଠ କବି ପିତାମ୍ବର ତରାଇ , ରଂଜିତ ପଣ୍ଡା ,ଦୁଷ୍ମନ୍ତ ମାଝୀ ଓ ଆଇନିଜିବି ରଂଜିତ ବିଶ୍ୱାଳ ପ୍ରମୁଖ ମଞ୍ଚ ନେତୃତ୍ୱ ମାନେ ଯୋଗଦାନ କରି ଦୃଢକ୍ତି ପ୍ରକାଶ କରିଥିଲେ l
3