ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତହସିଲଦାର ଜେସିପି ସାହାଯ୍ୟରେ ଇଟାଭାଟି ଭାଙ୍ଗିଲେ

ଏରସମା, 27/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ମାଣପୁର ଗ୍ରାମର ସର୍ବେଶ୍ଵର ସ୍ୱାଇଁ ପାରପରା ଦଣ୍ଡାରେ ମାଟି ଇଟା ପକାଇବା ସହିତ ଗୋଟିଏ ଇଟାଭାଟି ପୋଡିବା ପାଇଁ ମାଟି ଖଞ୍ଜିଥିଲେ। ଏରସମା ଆଡିସିନାଲ୍ ତହସିଲଦାର ରଞ୍ଜନ ମହାନ୍ତି ଓ କୁଜଙ୍ଗ ପୋଲିସ ଏସ୍ଆଈ ପ୍ରମୋଦ ଉଦୟ ସିଂ ଜେସିପି ସାହାଯ୍ୟରେ ଇଟାଭାଟି ଭାଙ୍ଗୁଥିବା ବେଳେ କିଛି ଗ୍ରାମ ଲୋକମାନେ ପହଞ୍ଚି ଇଟାଭାଟି ନ ଭାଙ୍ଗିବାକୁ ମନା କରିଥିଲେ। ଆଡିସିନାଲ୍ ତହସିଲଦାର ଏରସମା ତହସିଲଦାରକୁ ଯୋଗାଯୋଗ କରିଥିଲେ, ଏକ ଘଣ୍ଟା ପରେ ଏରସମା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା ଘଟଣା ସ୍ଥଳରେ ପହଞ୍ଚି ଚଟାଣରେ ପଡ଼ିଥିବା ଇଟାକୁ ଜେସିପି ସାହାଯ୍ୟରେ ଭାଙ୍ଗିବା ସହିତ ଖଞ୍ଜା ହୋଇଥିବା ଇଟାଭାଟିକୁ ଭାଙ୍ଗୁଥିବା ସମୟରେ କିଛି ଲୋକମାନେ ଜେସିପି ଆଗରେ ବସିବା ସହିତ ବାମଦେଇପୁରରେ ପଡ଼ିଥିବା ମାଟି ଇଟାଭାଟି ଭାଙ୍ଗିବାକୁ ତହସିଲଦାରଙ୍କୁ କହିଥିଲେ। ତହସିଲଦାର ଶ୍ରୀମତୀ ବେହେରା ଖୁବଶୀଘ୍ର ଭଙ୍ଗାଯିବ ବୋଲି କହିଥିଲେ। ତତ୍ ସହିତ ତାଙ୍କ ଅଫିସ୍ ଗାଡ଼ିରେ ଯିବା ସମୟରେ କିଛି ଲୋକମାନେ ଗାଡ଼ି ଆଗରେ କାଠଥୋହି ଅବରୋଧ କରିବା ସହିତ ଗାଡିଆଗରେ ଦୀର୍ଘ ତିରିଶି ମିନିଟ୍ ବସି ଖେତି ପୁରୁଣ ଦେବାକୁ ଦାବି କରିଥିଲେ। କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ଉଠିଥିଲା।
Article Image
3