ଯାଜପୁର, 27/02/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଧର୍ମଶଳl ବ୍ଲକ ଅନ୍ତର୍ଗତ ଅଣ୍ଟିଆ ଗ୍ରାମ ପଞ୍ଚାୟତ ଅଧୀନ କମାଗଡ ଗ୍ରାମରେ ଚଳିତ ବର୍ଷ ମାର୍ଚ୍ଚ 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ମାଆ ହିଙ୍ଗୁଳା ପୂଜା କମିଟି କମାଗଡ଼ ଓ ଅଣ୍ଟିଆ ଗ୍ରାମପଞ୍ଚାୟତ ଯଜ୍ଞ ଓ ଯାତ୍ରା 50 ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ଯାଉଛି , ଏଥିପାଇଁ ଆଜି ସଭାପତି ଧୃବ ଚରଣ କବି ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ବିଜୟ କୁମାର ସାହୁ ଓ ପୂଜା କମିଟିର ସଭ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବିପୁଳ ଜନ ସମାଗମକୁ ଆଖି ଆଗରେ ରଖି କମିଟି ତରଫରୁ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଶୃଙ୍ଖଳା, ପରିବେଶ ସୁରକ୍ଷା, ନିଶା ନିବାରଣ, ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା.. ଚଳିତ ବର୍ଷ ମନୋରଞ୍ଜନ ନିମନ୍ତେ ଯାତ୍ରା ଅଶୋକ ସମ୍ରାଟ 3 ରାତ୍ରି ଓ ଯାତ୍ରା ତୁଳସୀ ଗଣନାଟ୍ୟ 4 ରାତ୍ରି ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି , ସର୍ବ ଶେଷରେ ସମ୍ପାଦକ ବିଜୟ କୁମାର ସାହୁ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ଧନ୍ୟବାଦ ଜଣାଇ ସଭା ଭଙ୍ଗ କରିଥିଲେ