ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ କୁ NAC ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମ ସମ୍ମୁଖରେ ଧାରଣା

ଜଗତସିଂହପୁର / କୁଜଙ୍ଗ , 27/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
*ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ*
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁ NAC ଘୋଷଣା କରିବାକୁ ଦାବି କରାଯାଇଛି । କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୀର୍ଘ ବର୍ଷ ହେବ କୁଜଙ୍ଗ କୁ NAC ପାଇଁ ଦାବି କରାଯାଉଛି । କୁଜଙ୍ଗ ସଚେତନ ନାଗରିକ ମଞ୍ଚ ଆବାହକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଆଜି ନେତୃବୃନ୍ଦ ଓ ଜନସାଧାରଣ ମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ପୂର୍ବ ସରକାର ଙ୍କ ସମୟରେ କୁଜଙ୍ଗ କୁ NAC କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସରକାର ପରିବର୍ତ୍ତନ ପରେ ବିଜେପି ସରକାର କୁଜଙ୍ଗ କୁ NAC ଘୋଷଣା କରିନାହାନ୍ତି । ଜାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ଭେଟି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ଆଲୋଚନା କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୁଜଙ୍ଗ କୁ NAC ଘୋଷଣା ହୋଇ ପାରି ନାହିଁ । ଯଦି ଆସନ୍ତା ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ରାଜ୍ୟ ସରକାର କୁଜଙ୍ଗ କୁ NAC ଘୋଷଣା ନ କରନ୍ତି ତେବେ ୧୦ ତାରିଖ ଦିନ କୁଜଙ୍ଗ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
Article Image
Article Image
4